Sunday, November 15, 2026
Home ଆଞ୍ଚଳିକ ହାପି ବାର୍ଥଡେ’ ! Junior Ntr

ହାପି ବାର୍ଥଡେ’ ! Junior Ntr

15

ନୂଆଦିଲ୍ଲୀ,୨୦/୦୫/୨୧ (ଜିଲ୍ଲା ଖବର) : ସାଉଥ୍ ସୁପରଷ୍ଟାର ଜୁନିୟର ଏନଟିଆରଙ୍କ ଆଜି ଜନ୍ମଦିନ । ୨୦ ମଇରେ, ସେ ହାଇଦ୍ରାବାଦରେ ସେ ଜନ୍ମଗ୍ରହଣ କରିଥିଲେ । ୨୦୦୧ରେ ‘ଷ୍ଟୁଡେଣ୍ଟ ନମ୍ବର ୧’ ମାଧ୍ୟମରେ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ଅନକ୍ ହିଟ ଫିଲ୍ମରେ ସେ କାମ କରିଛନ୍ତି । ଖୁବ୍ ଶୀଘ୍ର ସେ ଅଭିନେତା ରାମ ଚରଣଙ୍କ ସହିତ ଫିଲ୍ମ ’ଆରଆରଆର୍’ରେ ନଜର ଆସିବାକୁ ଯାଉଛନ୍ତି  । ଏଥିରେ ଅଭିନେତ୍ରୀ ଆଲିୟା ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ଘର  ବାହାରେ ଫ୍ୟାନ୍ସମାନଙ୍କର ଭିଡ ଜମିଥାଏ । ହେଲେ ଏଥର ସେ ଫ୍ୟାନ୍ସମାନଙ୍କୁ ଘର ବାହାରେ ଭିଡ ଜମାଇବାକୁ ମନା କରିଥିଲେ । ସୋସିଆଲ ମିଡିଆରେ ସେ ନିଜ ଫ୍ୟାନ୍ସମାନଙ୍କୁ ଗୁହାରି କରିଥିଲେ ଯେ, ଯଦି ସେମାନେ ତାଙ୍କୁ ଉପହାର ଦେବାକୁ ଚାହୁଁଛନ୍ତି, ତେବେ, ଦୟାକରି ବର୍ତ୍ତମାନର ସ୍ଥିତିକୁ ଦେଖି , ଲକଡାଉନର ସମସ୍ତ ନିୟମ ପାଳନ କରିବେ ।

ପ୍ରକାଶ ଥାଉକି, ଅଭିନେତା ଜୁନିୟର ଏନଟିଆର୍ ତାଙ୍କ ନିଖୁଣ ଅଭିନୟ ପାଇଁ, ନନ୍ଦି ଆଓ୍ବାର୍ଡ, ଆଇଫା ଆଓ୍ବାର୍ଡ, ଫିଲ୍ମଫେୟାର ବେଷ୍ଟ ତେଲୁଗୁ ଆଓ୍ବାର୍ଡ ହାସଲ କରିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।