
ପୁରୀ, ୨୦/୦୫/୨୧ (ଜିଲ୍ଲା ଖବର) : ଚଳଚଞ୍ଚଳ ରଥଖଳା । କୋଭିଡ୍ କଟକଣା ମଧ୍ୟରେ ଜାରି ରହିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି । ପୂର୍ବ ନିଷ୍ପତି ଅନୁଯାୟୀ ସମ୍ପୂର୍ଣ୍ଣ କୋଭିଡ କଟକଣା ପାଳନ କରି ରଥ ନିର୍ମାଣ କାର୍ଯ୍ୟ କରୁଛନ୍ତି ବିଶ୍ୱକର୍ମା ମହାରଣା ।
ପ୍ରାଥମିକ ପର୍ଯ୍ୟାୟରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଚକ ପାଇଁ ତୁମ୍ବ ନିର୍ମାଣର ପ୍ରସ୍ତୁତି ଚାଲିଛି । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ରଥଖଳାର ପରିସୀମା ବୃଦ୍ଧି ହେବାସହ ସାମାଜିକ ଦୂରତ୍ୱ ରକ୍ଷା କରି ଓ ସାନିଟାଈଜର ବ୍ୟବହାର କରି ରଥ ନିର୍ମାଣ କାର୍ଯ୍ୟ କରାଯାଉଛି । ଯେଉଁଭଳି ଭାବରେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ତାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଇଡଲାଇନକୁ ଦୃଷ୍ଟିରେ ରଖି ରଖ ନିର୍ମାଣ କାର୍ଯ୍ୟ କରାଯାଉଛି।



