Monday, November 16, 2026
Home ଆଞ୍ଚଳିକ ଆସୁଛି ୟାସ୍‌, ଡରନ୍ତୁ ନାହିଁ ସଜାଗ ରୁହନ୍ତୁ

ଆସୁଛି ୟାସ୍‌, ଡରନ୍ତୁ ନାହିଁ ସଜାଗ ରୁହନ୍ତୁ

10

୨୦/୦୫/୨୧ (ଜିଲ୍ଲା ଖବର) :  ବାତ୍ୟା ୟାସକୁ ନେଇ ଏବେ ସବୁଠି ଚର୍ଚ୍ଚା। ମାତ୍ର ଏହାକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ । ସଜାଗ ଓ ପ୍ରସ୍ତୁତ ଥାଆନ୍ତୁ । ୨୨ ରୁ ୨୩ ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପରେ ହିଁ ବାତ୍ୟାର ବାସ୍ତବ ସ୍ଥିତି ସ୍ପଷ୍ଟ ହେବ।  ଲଘୁଚାପ ସ୍ଥିତି ଦେଖି ପବନର ବେଗ ଓ ଲ୍ୟାଣ୍ଡଫଲର ସ୍ଥାନ ନିରୂପତି ହେବ। ୨୫ ରୁ ବାତ୍ୟା ପ୍ରଭାବରେ ଉପକୂଳରେ ବର୍ଷା ହେବ । ଏବଂ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କାଲିଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।