
ନୂଆଦିଲ୍ଲୀ, ୨୦/୦୫/୨୧ (ଜିଲ୍ଲା ଖବର): ଦେଶରେ ଦୈନକ ଆକ୍ରାନ୍ତ କମ୍, ସୁସ୍ଥ ଅଧିକ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏବେ ତିନି ଲକ୍ଷ ତଳେ ରହୁଛି । ଯାହା ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରୁଛି। ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛି ୨ଲକ୍ଷ ୭୬ହଜାର ୭୦ ପଜିଟିଭ୍ । ଏଣିକି ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ହେଉଛନ୍ତି ଅଧିକ । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୬୯ହଜାର ୭୭ ଆକ୍ରାନ୍ତ । ମୃତ୍ୟୁ ସଂଖ୍ୟାରେ ମଧ୍ୟ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳିଛି। ସପ୍ତାହେ ପରେ ଚାରି ହଜାର ତଳକୁ ଖସିଲା । ଗତ ୨୪ ଘଣ୍ଟାରେ କରୋନାରେ ସାରା ଦେଶର ୩ହଜାର ୮୭୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗତ କିଛି ଦିନ ହେବ ଏହି ସଂଖ୍ୟା ଚାରି ହଜାର ଉପରେ ରହୁଥିଲା । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ଲକ୍ଷ ୮୭ହଜାର ୧୨୨କୁ ବୃଦ୍ଧି ପାଇଛି ।
ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୨କୋଟି ୫୭ଲକ୍ଷ ୭୨ହଜାରକୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ଆରୋଗ୍ୟ ଲାଭ କରିଛନ୍ତି ୨କୋଟି ୨୩ଲକ୍ଷ ୫୫ହଜାର ଆକ୍ରାନ୍ତ ।


