Sunday, November 15, 2026
Home ଆଞ୍ଚଳିକ ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣି

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣି

19

ନୂଆଦିଲ୍ଲୀ, ୨୦/୦୫/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣି ନିକଟରେ  ତାଙ୍କର  ଜନ୍ମଦିନ ପାଳନ କରିଛନ୍ତି ।  ତାଙ୍କ ଜନ୍ମଦିନର ଏହି ଖୁସିର ଅବସରରେ ସେ ଫ୍ୟାନ୍ସ ମାନଙ୍କ ସହ ତାଙ୍କ ବିବାହର ଖୁସି ଖବର ସେୟାର କରିଛନ୍ତି । ସେ ଫ୍ୟାନ୍ସ ମାନଙ୍କୁ କହିଛନ୍ତି ଯେ, ସେ Kunal Benodekarଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାପରେ ଫ୍ୟାନ୍ସମାନେ ତାଙ୍କୁ  ବିବାହର ଶୁଭକାମନା ଜଣାଇବା ଆରମ୍ଭ କରି ଦେଇଛନ୍ତି । ସୋନାଲି ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଂଟରେ ବିବାହର ଫଟୋ ସେୟାର କରିଛନ୍ତି । ଏକଦମ୍ ଧୂମଧାମରେ ବିବାହ କରିବାକୁ ଚାହୁଁଥିବା ସୋନାଲି , କରୋନା କାରଣରୁ ଦୁବାଇରେ ଏକଦମ୍ ସାଧାସିଧା ଭାବେ ବିବାହ କରିଛନ୍ତି । ୭ ମଇରେ ସେ ହାତରୁ ଦିହାତ ହୋଇଥିବା କହିଛନ୍ତି ।

ବିବାହର ଫଟୋ ସେୟାର କରି ସୋନାଲି କହିଛନ୍ତି ଯେ, ‘ଆମର ଜୁନରେ ବ୍ରିଟେନରେ ବିବାହ କରିବାର ଥିଲା । କିନ୍ତୁ , କରୋନାର  ଦ୍ବିତୀୟ ଲହରୀ କାରଣରୁ ଆମେ ବିବାହକୁ ସ୍ଥଗିତ କରିଥିଲୁ ।  ମୁଁ ସୁଟିଂ ପୁରା କରିବା ପରେ ବିବାହର ପ୍ରସ୍ତୁତି ଦେଖିବା ପାଇଁ ଦୁବାଇ ଆସିଥିଲି । ସେତେବେଳେ କରୋନାର ଦ୍ବିତୀୟ ଲହରୀ ଭାରତରେ ଆସିଗଲା । ମୁଁ ଦୁବାଇରେ ଲକଡାଉନରେ ଫସିଗଲି । ଏପ୍ରିଲରେ ବ୍ରିଟେନରେ କରୋନା କାରଣରୁ ଭାରତରୁ ଆସୁଥିବା ଲୋକଙ୍କ  ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା ‘ ।

ଆଗକୁ ସେ କହିଥିଲେ, ଏହାପରେ ଆମେ ମଇ ମାସରେ ବିବାହ କରିବାର ନିଷ୍ପତି ନେଇଥିଲୁ ।