Sunday, November 15, 2026
Home ଆଞ୍ଚଳିକ ବିଗିଡିଲା ସାଉଥ୍ ସୁପରଷ୍ଟାର ବିଜୟକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା

ବିଗିଡିଲା ସାଉଥ୍ ସୁପରଷ୍ଟାର ବିଜୟକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା

8

ନୂଆଦିଲ୍ଲୀ, ୨୦/୦୫/୨୧ (ଜିଲ୍ଲା ଖବର) : ସାଉଥ ସୁପରଷ୍ଟାରରୁ ରାଜନେତା ହୋଇଥିବା ବିଜୟକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଗୁରତ୍ବର ହୋଇଛି ।  ନିକଟରେ ତାଙ୍କର ନିଶ୍ବାସ ନେବାରେ ଅସୁବିଧା ହେବାରୁ ତାଙ୍କୁ  ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ରାତିରେ ଘରେ ଶୋଇଥିବା ସମୟରେ ଭୋର ସେଢେ ୩ଟା ସମୟରେ ତାଙ୍କର ନିଶ୍ବାସ  ନେବାରେ ଅସୁବିଧା ହୋଇଥିଲା । ଏହାପରେ ତାଙ୍କ ପରିବାର ଲୋକେ ତୁରନ୍ତ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।  ଅନେକ ଦିନ ଧରି  ବିଭିନ୍ନ ରୋଗରେ ପିଡିତ ଅଛନ୍ତି ବିଜୟକାନ୍ତ । ଏହି କାରଣରୁ ସେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା ଜଣାପଡିଛି ।

ସୂଚନାଯେଗ୍ୟ : ଗତ ଡିସେମ୍ବର ମାସରେ ବିଜୟକାନ୍ତ କରୋନା ସଂକ୍ରମିତ ହୋଇଥିଲେ । କରୋନା ସଂକ୍ରମିତ ହେବା ପରେ  ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ହୋଇଥିଲେ । ଏହାପରେ ଦୁହେଁ ହସ୍ପିଟାଲରେ ରହି ଚିକିସ୍ବିତ ହୋଇଥିଲେ । ଅନେକ ଦିନ ଧରି ଦୁହେଁ ଚିକିସ୍ବିତ ହେବାପରେ, ଡିସଚାର୍ଜ  ହୋଇ ଘରକୁ ଫେରିଥିଲେ ।