Sunday, November 15, 2026
Home ଆଞ୍ଚଳିକ ୫୪ ଜିଲ୍ଲାର ଡିଏମଙ୍କ ସହ ମୋଦିଙ୍କ ଆଲୋଚନା

୫୪ ଜିଲ୍ଲାର ଡିଏମଙ୍କ ସହ ମୋଦିଙ୍କ ଆଲୋଚନା

9

ନୂଆଦିଲ୍ଲୀ, ୨୦/୦୫/୨୧ (ଜିଲ୍ଲା ଖବର) :  ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା । ୫୪ ଜିଲ୍ଲାର ଡିଏମଙ୍କ ସହ ମୋଦିଙ୍କ ଆଲୋଚନା । କରୋନା ସ୍ଥିତି ନେଇ ଆଲୋଚନା କରୁଛନ୍ତି ମୋଦି । ଓଡ଼ିଶା ସହ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଓ କେରଳ ପରି ରାଜ୍ୟର ଡିଏମଙ୍କ ସହ ଆଲୋଚନା ଜାରି ରଖିଛନ୍ତି ପିଏମ । ଓଡ଼ିଶାରୁ କଟକ, ସୁନ୍ଦରଗଡ଼ ଓ ଖୋର୍ଦ୍ଧାର ଅଧିକାରୀ ରହିବେ । ପୂର୍ବରୁ ପ୍ରଧାନମନ୍ତ୍ରୀ ୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ଡିଏମଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଏକ ଉଚ୍ଚସ୍ତରୀୟ ବୈଠକ କରି ସାରା ଦେଶରେ କରୋନାରେ ପରିସ୍ଥିତି ଉପରେ ଆଲୋଚନା କରୁଛନ୍ତି ।  ଏହି ବୈଠକ ଦିନ ୧୧ଟାରୁ ଆରମ୍ଭ ହୋଇଛି ।ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନଅଟି ରାଜ୍ୟର ୪୬ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଏକ ବୈଠକ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଉତ୍ତରପ୍ରଦେଶ , ଛତିଶଗଡ , ପଶ୍ଚିମବଙ୍ଗ , ରାଜସ୍ଥାନ , ମହାରାଷ୍ଟ୍ର , ଝାଡଖଣ୍ଡ , ଓଡିଶା , କେରଳ ଏବଂ ହରିୟାଣା ପୁଡୁଚେରୀର ଜିଲ୍ଲା ମାଜିଷ୍ଟ୍ରେଟମାନେ କରୋନାରେ ଆୟୋଜିତ ବୈଠକରେ ଅନ୍ତର୍ଭୁକ୍ତ ।