
ବଲାଙ୍ଗୀର, ୨୦/୦୫/୨୧ (ଜିଲ୍ଲା ଖବର) : କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ବାପାଙ୍କ ଶବକୁ ଛୁଇଁଲେ ନାହିଁ ନିଜ ଜନ୍ମକଳା ପୁଅ । କରୋନା ସମୟରେ ହଜିଯାଉଛି ମାନବିକତା। କରୋନାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ମର ଶରୀରକୁ ନିଜ ଜନ୍ମକଲା ପୁଅମାନେ ଅନ୍ତିମ ସଂସ୍କାର କରିବା ତ ଦୂରର କଥା, ସ୍ପର୍ଶ ମଧ୍ୟ କରିବାକୁ ମନା କରି ଦେଲେ । ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନୁନିଆଁପାଳି ଗାଁରେ । ଗାଁର ରଙ୍କମଣି ପୁଟେଲଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ରଙ୍କମଣି ଦୁଇ ପୁଅ ବାପାଙ୍କ ଅନ୍ତିମ ସଂସ୍କାର କରିବାକୁ ମନା କରି ଦେଇଥିଲେ। ଶେଷରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ପିପିଇ କିଟ୍ ପିନ୍ଧି ଶେଷ କୃତ୍ୟ ସମ୍ପନ୍ନ କରିଥିଲେ ।
ସୂଚନାନୁସାରେ,୧୬ ତାରିଖ ରଙ୍କମଣି ଅସୁସ୍ଥ ଅନୁଭବ କରିବାରୁ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । କରୋନା ସଂକ୍ରମିତ ଚିନ୍ନଟ ପରେ ଡାକ୍ତର ଔଷଧ ଦେଇ ଗୃହ ସଂଘରୋଧରେ ରହିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଗତକାଲି ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ରଙ୍କମଣିଙ୍କ ଉଭୟ ପୁତ୍ର ,ସମ୍ପର୍କୀୟ ଓ ଗ୍ରାମବାସୀ ଶବଦାହ କରିବାକୁ ରାଜିନ ହେବାରୁ ଆଗଲପୁର ବ୍ଲକ ମହେଶ୍ୱରୀ ସଂଘଠନ ଏବଂ ବିଙ୍ଗ ହିୟୁମାନ ର ସଦସ୍ୟ ପିପିଇ କୀଟ ପିନ୍ଧି ରାତ୍ର ୧୦ ଘଟିକା ସମୟରେ ଶବ ସତ୍କାର କରିଥିଲେ । ଏଭଳି ସେବା ମନୋଭାବକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।



