Sunday, November 15, 2026
Home ଆଞ୍ଚଳିକ ଡାକ୍ତରଙ୍କୁ ସୋନୁ ସୁଦଙ୍କ ପ୍ରଶ୍ନ

ଡାକ୍ତରଙ୍କୁ ସୋନୁ ସୁଦଙ୍କ ପ୍ରଶ୍ନ

15

ନୂଆଦିଲ୍ଲୀ, ୨୦/୦୫/୨୧ (ଜିଲ୍ଲା ଖବର) : ଚାରିଆଡେ ଏବେ କରୋନାର ଭୟାବହତା ଦେଖିବାକୁ ମିଳୁଛି । ପ୍ରତିଦିନ ଅନେକ ଲୋକ କରୋନା ସଂକ୍ରମିତ ହେଉଥିବା ବେଳେ, ଅନେକ ମୃତ୍ୟୁବରଣ କରୁଛନ୍ତି । ଦିନକୁ ଦିନ ଏହାର ପ୍ରଭାବ ବଢି ଚାଲିଛି ହେଲେ ,କମିବାର ନାଁ ଧରୁନି ମହାମାରୀ କରୋନା । ଯଦି ଦେଖିବା ତେବେ କରୋନା ଆରମ୍ଭରୁ ବଲିଉଡ ଅଭିନେତା ସୋନୁ ସୁଦ୍, ଲୋକମାନଙ୍କୁ ନିଃସ୍ବାର୍ଥପର ଭାବେ ସାହାଯ୍ୟ କରି ଆସୁଛନ୍ତି । ଯାହାକୁ ନେଇ ସେ ଆଜି ଘରେ ଘରେ ବେଶ ଆଦରଣୀୟ ହୋଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ସାନୁ ସୁଦଙ୍କ ଠାରୁ ସାହାଯ୍ୟ ଲୋଡୁଥିବା ଲୋକଙ୍କୁ, ସେ ସବୁବେଳେ ସାହାଯ୍ୟ କରି ଆସୁଛନ୍ତି । ତେବେ ଏହାରି ମଧ୍ୟରେ  ସୋନୁ ସୁଦ୍ ଡାକ୍ତରଙ୍କୁ କିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି ।

ନିକଟରେ ସୋନୁ ସୁଦ୍ ଏକ ଟ୍ବିଟ କରିଛନ୍ତି , ଯେଉଁଥିରେ ସେ ଡାକ୍ତରଙ୍କୁ କିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି । ପ୍ରଥମେ ସେ ପଚାରିଛନ୍ତି ଯେ, ଯେତେବେଳେ ସମସ୍ତଙ୍କୁ ଜଣାଅଛି ଏହି ଖାସ୍ ଇଞ୍ଜେକସନ କେଉଠି ଉପଲବ୍ଧ ନାହିଁ ,ତ ସବୁ ଡାକ୍ତର ଏହା ନେବାକୁ କାହିଁକି କହୁଛନ୍ତି ? ଦ୍ବିତୀୟ  ପ୍ରଶ୍ନ, ଯେତେବେଳେ ଡାକ୍ତରଖାନା ଏହି ଔଷଧ ପାଇବାରେ ଅସମର୍ଥ, ସେତେବେଳେ ସାଧାରଣ ଲୋକ ଏହା ପାଇବେ କେଉଁଠୁ ? ତୃତୀୟ ପ୍ରଶ୍ନ, ଆମେ ମାନେ କ’ଣ ଆଉ କିଛି ଔଷଧ ବ୍ୟବହାର କରି ପାରିବୁ ନାହିଁ ତା ଜାଗାରେ ,କ’ଣ ଆଉ କିଛି ରାସ୍ତା ନାହିଁ  ଜୀବନ ବଞ୍ଚାଇବା ପାଇଁ ?

ତାଙ୍କର ଏହି ଟ୍ବିଟକୁ ନେଇ ଏବେ  ସୋସିଆଲ ୟୁଜର୍ସ ତାଙ୍କ ପ୍ରଶଂସା କରିବା ସହିତ, ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।  ତାଙ୍କର ଏହି ଟ୍ବିଟ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।