Thursday, November 12, 2026
Home ଆଞ୍ଚଳିକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଖୁସି କପୂରଙ୍କ ମୋବାଇଲ ଓ୍ବାଲପେପର

ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଖୁସି କପୂରଙ୍କ ମୋବାଇଲ ଓ୍ବାଲପେପର

16

ନୂଆଦିଲ୍ଲୀ, ୨୦/୦୫/୨୧ (ଜିଲ୍ଲା ଖବର) : ସ୍ବର୍ଗତଃ ଅଭିନେତ୍ରୀ ଶ୍ରୀଦେବୀଙ୍କ ସାନ ଝିଅ ଖୁସି ଏବେ ତାଙ୍କ ମୋବାଇଲର ଓ୍ବାଲପେପରକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ସମସ୍ତେ ତାଙ୍କ ଓ୍ବାଲପେପରକୁ ପସନ୍ଦ କରିବା ସହିତ, ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି । ନିକଟରେ ସେ ତାଙ୍କୁ କୁକୁର ଧରି ଏକ ବ୍ଲାକ୍ ଆଉଟଫିଟ ଏବଂ ପିଙ୍କ୍ ମାସ୍କ ସହିତ ଘର ବାହାରେ ସ୍ପଟ ହୋଇଥିଲେ ।  ସେଠାରେ ପାପାରାଜି ତାଙ୍କର ଫଟୋ କ୍ଲିକ୍ କରିବା ସମୟରେ ,ତାଙ୍କ ମୋବାଇଲର ଓ୍ବାଲପେପର ମଧ୍ୟ ସେଥିରେ ନଜର ଆସିଥିଲା । ଫଟୋରେ ଖୁସି ଏକ ବ୍ଲାକ ଆଉଟଫିଟ ସହିତ ପିଙ୍କ ମାସ୍କରେ ରେ  ଖୁବ୍ ସୁନ୍ଦର ମଧ୍ୟ ଦେଖା ଯାଉଥିଲେ । ଆଉ ହାତରେ ଧରିଥିବା ମୋବାଇଲ ସ୍କ୍ରିନରେ ଲାଗିଥିବା ଓ୍ବାଲପେପର,  ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଓ୍ବାଲପେପର ଫଟୋରେ ଖୁସି ପିଲାବେଳେ ମା’ ଙ୍କ କାନ୍ଧ ଉପରେ ବସିଥିବାର ଫଟୋ ଦେଖିବାକୁ ମିଳୁଛି । ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

 ପ୍ରକାଶ ଥାଉକି, ଖୁସି ଅଭିନେତ୍ରୀ ନୁହଁନ୍ତି ,କିନ୍ତୁ ତାଙ୍କର ଫ୍ୟାନ ଫଲୋଇଙ୍ଗ କୌଣସି ଅଭିନେତ୍ରୀଙ୍କ ଠାରୁ କମ୍ ନୁହଁନ୍ତି ।  ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରୁହନ୍ତି ଖୁସି । ମା’ଙ୍କୁ ହରାଇବା ପରେ ଦୁଇ ଭଉଣୀ ସବୁବେଳେ ମା’ଙ୍କୁ ମନେ ପକାନ୍ତି ।