
ପୁରୀ, ୨୦/୦୫/୨୧ (ଜିଲ୍ଲା ଖବର) : ପୁରୀ ମଙ୍ଗଳାଘାଟ ନୂଆ ସାହିରେ ନାବାଳିକାକୁ ଛୁରୀ ଭୂସି ହତ୍ୟା ଉଦ୍ୟମ। ଦୁଇଜଣ ଦୁର୍ବୁତ୍ତ ଛୁରା ମାଡ କରିଥିବା ସୂଚନା। ଗୁରୁତର ଅବସ୍ଥାରେ ନାବାଳିକାକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବାସେଳୀ ସାହି ଥାନା ପୋଲିସ ଛାନଭିନ୍ କରୁଛି। ଛୁରାମାଡର କାରଣ ଅସ୍ପଷ୍ଟ ରହିଛି।



