Sunday, November 15, 2026
Home ଆଞ୍ଚଳିକ ସମସ୍ତ ବିସ୍ଥାପିତଙ୍କୁ ବାସଗୃହ ଓ ଖାଦ୍ୟ ସହ ଚିକିତ୍ସା ଦିଅ: ଓଡିଶା ମାନବାଧିକାର ଆୟୋଗ

ସମସ୍ତ ବିସ୍ଥାପିତଙ୍କୁ ବାସଗୃହ ଓ ଖାଦ୍ୟ ସହ ଚିକିତ୍ସା ଦିଅ: ଓଡିଶା ମାନବାଧିକାର ଆୟୋଗ

18

ଭୁବନେଶ୍ୱର, ୨୦/୦୫/୨୧ (ଜିଲ୍ଲା ଖବର) : ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନାଙ୍କ ଅଭିଯୋଗର ଶୁଣାଣି କରି ଆଜି ଓଡିଶା ମାନବାଧିକାର ଆୟୋଗ କଟକ ନୂଆପଡା ବାଲିସାହି ବସ୍ତି ବିସ୍ଥାପିତଙ୍କୁ ତୁରନ୍ତ ବାସଗୃହ, ଖାଦ୍ୟ ଓ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କଟକ ଜିଲ୍ଲାପାଳ ଓ ମୁନିସିପାଲଟି କମିଶନରଙ୍କୁ ନିର୍ଦେଶ ଦେଇଛନ୍ତି । ଏଥି ସହ କମିଶନ ଉକ୍ତ ଅଧିକାରୀ ଦ୍ୱୟଙ୍କୁ ଆଗାମୀ ଶୁଣାଣି ୨୨ ଜୁନ ସୁଦ୍ଧା ସବିଶେଷ ତଥ୍ୟ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ।

 ପ୍ରକାଶ ଥାଉକି କଟକ ସହର ଭିତରେ ରାସ୍ତା ସମ୍ପ୍ରସାରଣ ପାଇଁ ପାଖାପାଖି ୧୨୦୦ ପରିବାରକୁ ବିଭିନ୍ନ ବସ୍ତିରୁ ବିସ୍ଥାପିତ କରାଯାଇ ପଲିଥିନ ତଳେ ଆଶ୍ରୟ ଦିଆଯାଇଥିଲା ଗତ ୧୧  ତାରିଖ ଦିନ ପ୍ରବଳ ଝଡବର୍ଷା ହେବାରୁ ସେମାନଙ୍କର ଅବସ୍ଥା ଆହୁରି ଦହନୀୟ ହୋଇଯାଇଥିଲା । ମହାମାରୀ କୋଭିଡ ଫଳରେ ସେମାନଙ୍କର ଜୀବନଜୀବିକା ଚାଲିଯାଇଛି ଏବଂ ପ୍ରଶାସନ ବିକଳ୍ପ ବ୍ୟବସ୍ତା ନକରି ତରବରିଆ ଭାବେ ବିସ୍ଥାପିତ କରିବା ଫଳରେ ତାଙ୍କର ବଞ୍ଚିବାର ରାହା ଚାଲିଯାଇଥିଲା ସେମାନେ ପ୍ରଶାସନର ଏତାଦୃଶ ଅମାନବୀୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବାରୁ ପୋଲିସ ୬୭ ଜଣଙ୍କୁ ଗିରଫ କରି ଜେଲ ପଠାଇଦେଇଥିଲେ ଯାହାକି ମାନବାଧିକାରର ଘୋର ଉଲଂଘନ ଅଟେ । ଏହା ବିପକ୍ଷରେ ଅଭିଯୋଗକାରୀ ଆୟୋଗଙ୍କୁ ଲିଖିତ ଅଭିଯୋଗ କରି ତୁରନ୍ତ ଉକ୍ତ ଗରିବ ବିସ୍ଥାପିତଙ୍କୁ ବାସଗୃହ, ଖାଦ୍ୟ ଓ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିବା ସହ  ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସମସ୍ତ ମକଦ୍ଦମାକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ ।