
ମାଲକାନଗିରି, ୨୦/୦୫/୨୧ (ଜିଲ୍ଲା ଖବର) : ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ବାକୁଳିରୁ ଚିତ୍ରକୋଣ୍ଡା ବ୍ଲକ ଓରାପଦର ଯାଉଥିବା ସମୟରେ ବୁଡ଼ିଲା ଡଙ୍ଗା। ଦମକଳ ବାହିନୀ ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରିଥିବାବେଳେ ଦୁଇ ଜଣଙ୍କ ମୃତ ଦେହ ମିଳିଛି । ମୃତକ ମନେ ହେଲେ ଗୋପାଳ ମୁଦୁଲି , ତାଙ୍କ ଝିଅ ଯମୁନା ମୁଦୁଲି । ଜଣେ 3 ବର୍ଷର ପୁଅ ନିଖୋଜ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଦମକଳ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦେଶୀ ଡଙ୍ଗା ସାହାଯ୍ୟରେ ଦାମଦରବେଡା ଗାଁ ର 11 ଜଣ ଯାତ୍ରୀ ଯାତ୍ରା କରୁଥିଲେ। 8 ଜଣ ପହଁରି ବକୁଳି ନଦୀଘାଟକୁ ପହଞ୍ଚି ଥିଲେ ମାତ୍ର ୩ ଜଣ ଆସି ପାରି ନଥିଲେ।


