
୨୦/୦୫/୨୧ (ଜିଲ୍ଲା ଖବର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ପାଇଁ ଏକ ହଜାର କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହା ବ୍ୟତୀତ ତାଉତେ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ଉତ୍ତରାଧିକାରୀଙ୍କୁ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଆହତମାନଙ୍କୁ 50 ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟ ଏବଂ ଡିୟୁରେ ପ୍ରଭାବିତ ଅଞ୍ଚଳ ଉପରେ ବିମାନ ସର୍ଭେ କରିଛନ୍ତି। ସର୍ଭେ ପରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ଏକ ସମୀକ୍ଷା ବୈଠକ କରି ତାଉତେ ବାତ୍ୟା ଦ୍ଵାରା ହୋଇଥିବା କ୍ଷୟକ୍ଷତି ଏବଂ ପରିସ୍ଥିତିର ଆକଳନ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଗୁଜୁରାଟରେ ବାତ୍ୟା ଯୋଗୁଁ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା, ବୈଦ୍ୟୁତିକ ପୋଲ ଏବଂ ଗଛ ଉପୁଡ଼ି ଯାଇଥିଲା ଏବଂ ଅନେକ ଘର ଓ ରାସ୍ତା ମଧ୍ୟ ନଷ୍ଟ ହୋଇଯାଇଥିଲା। ଏହି ସମୟ ମଧ୍ୟରେ ପ୍ରାୟ 13 ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି।


