Thursday, November 12, 2026
Home ଆଞ୍ଚଳିକ ଡ୍ରାଇଭ ଇନ ଭ୍ୟାକ୍ସିନେସନକୁ ମନା

ଡ୍ରାଇଭ ଇନ ଭ୍ୟାକ୍ସିନେସନକୁ ମନା

24

ଭୁବନେଶ୍ଵର, ୨୦/୦୫/୨୧ (ଜିଲ୍ଲା ଖବର) : ଡ୍ରାଇଭ ଇନ ଭ୍ୟାକ୍ସିନେସନକୁ ମନା । ଡ୍ରାଇଭ ଇନ ଟିକାକରଣକୁ ମନା କଲେ ରାଜ୍ୟ ସରକାର । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ, ସମସ୍ତ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଡ୍ରାଇଭ ଇନ ଭ୍ୟାକ୍ସିନେସନରେ କେନ୍ଦ୍ରର ଗାଇଡଲାଇନର ଉଲ୍ଲଂଘନ ହେଉଥିବା କୁହାଯାଇଛି। ଡ୍ରାଇଭ ଇନ ଭ୍ୟାକ୍ସିନେସନ ଦ୍ବାରା ଟିକା ନେବା ପରେ ଥିବା 30 ମିନିଟର ଅବଜରଭେସନ ନିୟମ ପାଳନ ହୋଇ ପାରୁ ନଥିବା କୁହାଯାଇଛି । ପୂର୍ବରୁ ମଧ୍ୟ ଡ୍ରାଇଭ ଇନ ଭ୍ୟାକ୍ସିନେସନକୁ ନେଇ ବିରୋଧ ସୃଷ୍ଟି ହୋଇଥିଲା। ଏପରିକି ଜାତୀୟ ମାନବାଧିକାର କମିଶନରେ ମଧ୍ୟ ମାମଲା ପହଞ୍ଚିଥିଲା