Saturday, November 14, 2026
Home ଆଞ୍ଚଳିକ କରୋନାରୁ ସୁସ୍ଥ ହେବାର ତିନି ମାସ ପରେ ଟିକା

କରୋନାରୁ ସୁସ୍ଥ ହେବାର ତିନି ମାସ ପରେ ଟିକା

7

ଭୁବନେଶ୍ଵର, ୨୦/୦୫/୨୧ (ଜିଲ୍ଲା ଖବର) : କରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ଉପରେ ଟିକାକରଣ ନେଇ ନେଗଭାକ ଦ୍ବାରା କରାଯାଇଥିବା ସୁପାରିସକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ମଞ୍ଜୁରୀ ମିଳିଛି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ 3 ମାସ ପରେ ଟିକା ଦେବା ନେଇ ଟିକାକରଣ ପରିଚାଳନା ପାଇଁ ଗଠିତ କମିଟି ସୁପାରିସ କରିଥିଲା । କମିଟିର ସୁପାରିସ ଅନୁସାରେ, କରୋନାର ପ୍ରଥମ ଡୋଜ ନେବା ପରେ କେହି ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ ସୁସ୍ଥ ହେବାର 3 ମାସ ପରେ ଦିଆଯିବା ଦରକାର। ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ବି କୋରୋନା ଟିକା ଦେବାକୁ କୁହାଯାଇଛି । ଏହାସହ କୋରୋନା ଟିକା ନେବାକୁ ଯାଉଥିବା ଲୋକଙ୍କ ଆଣ୍ଟିଜେନ ଟେଷ୍ଟ କରାଯିବାକୁ ମନା କରାଯାଇଛି ।