Monday, November 16, 2026
Home ଆଞ୍ଚଳିକ ପ୍ରବଳ ଖରା ଅନୁଭୂତ, ଆସନ୍ତା ୨ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ

ପ୍ରବଳ ଖରା ଅନୁଭୂତ, ଆସନ୍ତା ୨ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ

7

ଭୁବନେଶ୍ୱର,୨୦/୦୫/୨୧ (ଜିଲ୍ଲା ଖବର) : ରାଜ୍ୟରେ ପାଗ ଖରାଟିଆ ଓ ଶୁଖିଲା ରହିଛି । ପ୍ରବଳ ଖରା ଅନୁଭୂତ ହେଉଛି। ସକାଳୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। କିଛି ସ୍ଥାନରେ ତାପମାତ୍ରା ବଢ଼ିଛି । ଆସନ୍ତା ୨ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ରହିଛି । ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ବହିବ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନକୁ ଲକ୍ଷ୍ୟ କରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କେତେକ ଜିଲାକୁ ସତର୍କ ସୂଚନା ଜାରି କରିଛି। କାଳବୈଶାଖୀ ପ୍ରଭାବ ନ ଥିବାରୁ ଗତ ୩ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।