Thursday, November 19, 2026
Home ଆଞ୍ଚଳିକ ବଢ଼ୁଛି ସଂକ୍ରମଣ: ସପ୍ତାହେ ସଟଡାଉନ୍ ରହିବ ଓଡ଼ିଶା ହାଇକୋର୍ଟ

ବଢ଼ୁଛି ସଂକ୍ରମଣ: ସପ୍ତାହେ ସଟଡାଉନ୍ ରହିବ ଓଡ଼ିଶା ହାଇକୋର୍ଟ

9

୨୦/୦୫/୨୧ (ଜିଲ୍ଲା ଖବର) : ସପ୍ତାହେ ସଟଡାଉନ୍ ରହିବ ଓଡ଼ିଶା ହାଇକୋର୍ଟ। ଆଜିଠାରୁ ୨୭ ପର୍ଯ୍ୟନ୍ତ ବନ୍ଦ ରହିବ କୋର୍ଟ କାର୍ଯ୍ୟ। ବଢ଼ୁଛି ସଂକ୍ରମଣ। କଟକ ସହରରେ ସଂକ୍ରମଣ ଅଧିକ ମାତ୍ରାରେ ବୃଦ୍ଧି ପାଉଥିବା ବେଳେ ହାଇକୋର୍ଟର ଅନେକ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ସଟଡାଉନ୍ ରହିବ ବୋଲି ରେଜିଷ୍ଟ୍ରାର୍ ଜେନେରାଲ୍ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସଟଡାଉନ୍ ସମୟରେ କୌଣସି ଅବସରକାଳୀନ ବେଞ୍ଚ୍ କାର୍ଯ୍ୟ କରିବ ନାହିଁ । ବିଜ୍ଞପ୍ତି ଅନୁଯାୟୀ ମେ ୨୮ ତାରିଖରେ ପୂର୍ବରୁ ଘୋଷଣା ହୋଇଥିବା ନିୟମ ମୁତାବକ ହାଇକୋର୍ଟ କାର୍ଯ୍ୟ କରିବ।