
ଜଟଣୀ,୨୦/୫(ଜିଲ୍ଲା ଖବର) : ଜଟଣୀ ନିକଟସ୍ଥ ଡେଲାଙ୍ଗଥାନା ଅନ୍ତର୍ଗତ ଟାଙ୍ଗିଭଁସର ଅଂଚଳର ହଟକିଶୋର ବାରିକ(୪୫) ନିର୍ମାଣ ଶ୍ରମିକଭାବେ କାର୍ଯ୍ୟ କରନ୍ତି । ମାତ୍ର ମଙ୍ଗଳବାର ଜଟଣୀ ପୈାରପରିଷଦ ଅଧିନସ୍ଥ ୱାର୍ଡ ନଂ ୨୧ ଗନ୍ଧଗାଡିଆ ସାହିର ଶରତ କୁମାର ଦାସ ନାମକ ବ୍ୟକ୍ତିଙ୍କ ଶୈାଚାଳୟ ନିର୍ମାଣ କାର୍ଯ୍ୟପାଇଁ ହଟକିଶୋର ଆସିଥିଲେ । ଖୋଳାଯାଇଥିବା ଶୈାଚାଳୟ ଟାଙ୍କିରେ ନିକଟରେ ହୋଇଥିବା ବର୍ଷାରେ ବର୍ଷାଜଳ ଜମି ରହିଥିଲା । ଟାଙ୍କିକାର୍ଯ୍ୟ ଆରମ୍ଭ କରିବାଲାଗି ଏହି ଖୋଳାଯାଇଥିବା ଟାଙ୍କିରେ ମୋଟର ଲଗାଇ ପାଣି ଖାଲିକରିବାକୁ ହଟକିଶୋର ମାଲିକ ଶରତଙ୍କୁ କହିଥିଲେ । ତେବେ ଏନେଇ ଶରତ ମୋଟର ଲଗାଇବାକୁ ବ୍ୟବସ୍ଥାକରି ମୋଟର ଲଗାଇଥିଲେ । ମୋଟର ସୁଇଚ ମାରିବା ସମୟରେ ଏହି ଟାଙ୍କି ମଧ୍ୟରେ ରହିଥିବା ଶ୍ରମିକ ହଟକିଶୋର ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଏନେଇ ଘର ମାଲିକ ଶରତଙ୍କ ପୁଅ ଜଟଣୀଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ ୨୪/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ବୁଧବାର ଶବ ବ୍ୟବଛେଦ ହେବ ବୋଲି ତଦନ୍ତଧିକାରୀ ପୁଲିସ ଏସଆଇ ଜଳନ୍ଧର ନାୟକ କହିଛନ୍ତି । ସୁଚନାଯେ, ଶ୍ରମିକ ହଟକିଶୋର ଜଣେ ଗରୀବ ଅସହାୟ ଶ୍ରେଣୀର ହୋଇଥିବା ବେଳେ ଶରତଙ୍କୁ ଅର୍ଥ ସହାୟତାଲାଗି ସ୍ଥାନୀୟ ଲୋକେ କହିଥିଲେ ହେଁ ଶରତ ଅର୍ଥ ସହଯୋଗ କରିବାକୁ ରୋକଠୋକ ମନା କରିଦେଇଥିଲେ ।
ରିପୋର୍ଟ, ସଞ୍ଜୀବ କୁମାର


