Monday, November 16, 2026
Home ମୁଖ୍ୟ ଖବର ଦେଶରେ କରୋନା ମୃତ୍ୟୁରେ ରେକର୍ଡ, 24 ଘଣ୍ଟାରେ ୪୫୨୯ ଜଣଙ୍କ ଜୀବନ ନେଇଛି...

ଦେଶରେ କରୋନା ମୃତ୍ୟୁରେ ରେକର୍ଡ, 24 ଘଣ୍ଟାରେ ୪୫୨୯ ଜଣଙ୍କ ଜୀବନ ନେଇଛି ଭାଇରସ

12

୧୯/୦୫/୨୧ (ଜିଲ୍ଲା ଖବର) :   କରେନାର ଦ୍ୱିତୀୟ ଲହର ସମଗ୍ର ମାନବ ସମାଜ ପାଇଁ ଘାତକ ସାଜିଛି । ଦେଶରେ ସଂକ୍ରମଣ କମୁଥିଲେ ବି ଦିନକରେ କରୋନାରେ ରେକର୍ଡ ସଂଖ୍ୟକ ମୃତ୍ୟୁ ହୋଇଛି  ।  ୪୫୨୯ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୨ ଲକ୍ଷ ୬୭ ହଜାର ୩୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୫୪ ଲକ୍ଷ ୯୬ ହଜାର ୩୩୦ରେ ପହଞ୍ଚିଛି ।

ସେହିପରି ୨ କୋଟି ୧୯ ଲକ୍ଷ ୮୬ ହଜାର ୩୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏଯାବତ ମୋଟ ୨ ଲକ୍ଷ ୮୩ ହଜାର ୨୪୮ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଦେଶ ଏବେ କୋଭିଡ୍‌ ମହାମାରୀର ଦ୍ବିତୀୟ ଲହର ସଂକ୍ରମଣ ସହ ଲଢ଼ୁଛି। ସଂକ୍ରମଣ ରୋକିବା ପାଇଁ ଅମ୍ଳଜାନ ଯୋଗାଣ ଓ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସୁବିଧା ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଭିନ୍ନ ହସ୍‌ପିଟାଲରେ ଶଯ୍ୟା ସଂଖ୍ୟା ଓ ଆଇସିୟୁ ବେଡର ସଂଖ୍ୟା ବୃଦ୍ଧି ନିମନ୍ତେ କାର୍ଯ୍ୟ ଜାରି ରହିଛି।