
ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ବିତୀୟ ଲହରୀ ଦ୍ରୁତ ଗତିରେ ଆଗକୁ ବଢି ଚାଲିଛି । ପ୍ରତିଦିନ କିଏ କରୋନା ସଂକ୍ରମିତ ହେଲାଣି ତ, କାହାର ଜୀବନ ନେଲାଣୀ ମହାମାରୀ କରୋନା । ଏମିତି ବିଭିନ୍ନ ଖବର ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ସରକାରଙ୍କ ସମେତ, ଅନେକ ସେଲିବ୍ରେଟି କରୋନା ସଂକ୍ରମିତଙ୍କ ସାହାଯ୍ୟ କରିବାକୁ ଆଗକୁ ଆସୁଛନ୍ତି ।
ଠିକ୍ ସେମିତି ଏହି ଲିଷ୍ଟରେ ଏବେ ଯୋଡି ହୋଇଛନ୍ତି ବଲିଉଡ ଅଭିନେତ୍ରୀ କରୀନା କପୁର । କରୀନା ସେହି ମହିଳା ମାନଙ୍କର ସାହାଯ୍ୟ ପାଇଁ ପୋଷ୍ଟ ସେୟାର କରିଛନ୍ତି, ଯେଉଁମାନେ କରୋନାରେ ନିଜ ନିଜର ସ୍ବାମୀଙ୍କୁ ହରାଇଛନ୍ତି ।
ସେ ତାଙ୍କ ଇନଷ୍ଟାଗ୍ରାମ୍ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି । ସେ ପୋଷ୍ଟ ସେୟାର କରି କହିଛନ୍ତି ଯେ, ଯେଉଁମାନେ ନିଜର ଜୀବନସାଥିଙ୍କୁ ହରାଇଛନ୍ତି ,ଆମେ ସେହି ମହିଳାମାନଙ୍କ ଯନ୍ତ୍ରଣା ବୁଝିପାରିବା ନାହିଁ । କିନ୍ତୁ ତାଙ୍କର ସହାୟତା ନିଶ୍ଚୟ କରି ପାରିବା । ଏଥିରେ ଏକ ଓ୍ବେବସାଇଟ ଅଛି ଯାହା, ମହିଳାମାନଙ୍କୁ ରୋଜଗାର ଦେବାରେ ସାହାଯ୍ୟ କରିବ ।
ଏହା ସହିତ କରୀନା ଏକଥା କହିଛନ୍ତି ଯେ, ସେମାନେ ପିଡିତ ମହିଳାଙ୍କ ସାହାଯ୍ୟ କରିବେ, ଯେମିତିକି ସେମାନେ ତାଙ୍କର ବାକି ଜୀବନ ବିନା ବାଧାବିଘ୍ନରେ ବିତାଇପାରିବେ । ଦୟାକରି ଏହି ସୂଚନା ସେୟାର କରନ୍ତୁ । ଯାହା ଦ୍ବାରା, ଏହା ସେହିମାନଙ୍କ ପାଖରେ ପହଞ୍ଚିପାରୁ, ଯେଉଁମାନଙ୍କୁ ଏହାର ଆବଶ୍ୟକତା ଅଛି ।





