Thursday, October 15, 2026
Home ଆଞ୍ଚଳିକ ସାମ୍ବାଦିକଙ୍କୁ ପିସିଆର ଭିତରେ ପୂରାଇ ବାଡେଇଲା ପୁଲିସ

ସାମ୍ବାଦିକଙ୍କୁ ପିସିଆର ଭିତରେ ପୂରାଇ ବାଡେଇଲା ପୁଲିସ

21

ପୁରୀ,୧୯/୦୫/୨୧ (ଜିଲ୍ଲା ଖବର) : ୬ରୁ ୪ ଜଣ କନଷ୍ଟେବଳ ତାଙ୍କୁ ବାଡାଉଥିଲେ। ପାଖର କୁମାମ୍ଭାରପଡା ଥାନା ଆଇଆଇସି ବି ଉପସ୍ଥିତି ଥିଲେ। ହେଲେ କେହି ଅଟକାଇଲେ ନାହିଁ। ଯୁବକ ଜଣକ ଏକ ପ୍ରତିଷ୍ଠିତ ଖବର କାଗଜର ସାମ୍ବାଦିକ ବୋଲି କହିବା ପରେ ମଧ୍ୟ କିଛି ଫରକ ପଡିଲାନି। ଶେଷରେ ପିସିଆର ଭିତରେ ପୂରାଇ ମାଡ ମାରିଲା ପୁଲିସ। ଆଉ ଏବେ ସାମ୍ବାଦିକ ଜଣ ବଡଦାଣ୍ଡରେ ଧାରଣା ଦେଇ ବସିଛନ୍ତି । ପୁଲିସ ହାତରେ ଅଖଣ୍ଡ କ୍ଷମତା। ଯାହାକୁ ପାଇବେ ମାରିବେ, ଯାହାକୁ ପାଇବେ ଭିତରେ ପୂରାଇ ଦେବେ। ଇଏ କ’ଣ ଗୋଟେ କଥା। କରୋନା ମହାମାରୀ ଭିତରେ ଜୀବନକୁ ପାଣି ଛଡେଇ କାମ କରୁଥିବା ସାମ୍ବାଦିକଙ୍କୁ ମାଡ ମାରୁଛି ପୁଲିସ। ଭଲ ମନ୍ଦ କିଛି ବୁଝିବାର ନାହିଁ। ଯେମିତି ପାରିଲା ବ୍ୟବହାର କଲା ।

ପୁରୀ ପୁଲିସ ଏମିତି ଏକ ବର୍ବର କାଣ୍ଡ ଘଟାଇ ଏଇଲେ ଚର୍ଚ୍ଚାରେ।

ସକାଳେ ବଡଶଙ୍ଖରେ ପୋଲିସ ଏବଂ ପରିବା ମାର୍କେଟର ବ୍ୟବସାୟୀଙ୍କ ଭିତରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି  ହୋଇଥିଲା। ଫଳରେ ପୋଲିସ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଯେଉଁଥିରେ ଫଳ ଦୋକାନୀ ଦୀପକ କୁମାର ସାହୁ ଗୁରୁତର ଭାବେ ଆହତ ହୋଇ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଏହି ସମୟରେ ଖବର ସଂଗ୍ରହ କରୁଥିବା ଦୈନିକ ଧରିତ୍ରୀର ସାମ୍ବାଦିକ ଦତ୍ତାତ୍ରେୟ ନାୟକଙ୍କୁ ପୁଲିସ ଅଯଥାରେ ପିଟିଛି। ତାଙ୍କ ପରିଚୟ ପାଇବା ପରେ ମଧ୍ୟ ପୁଲିସ ସୀମା ସରହଦ ମାନିଲାନି, ମନଇଚ୍ଛା ଛେଚିଲା।