Sunday, November 15, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! Nawazuddin Siddiqui

ଜନ୍ମଦିନର ଶୁଭେଚ୍ଛା ! Nawazuddin Siddiqui

8

ନୂଆଦିଲ୍ଲୀ, ୧୯/୦୫/୨୧ (ଜିଲ୍ଲା ଖବର) : ବଲିଉଡରେ ସଫଳତା ହାସଲ କରିବା ଏତେ ସହଜ ନୁହେଁ । ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡେ । ନିଜର ଦୃଢ ମନବଳ ଏବଂ କଠିନ ପରିଶ୍ରମ ମଣିଷକୁ ସଫଳତାର ଶିର୍ଷରେ ପହଞ୍ଚାଇଥାଏ  । ଠିକ୍ ସେମିତି ବଲିଉଡରେ  ସଫଳତା ହାସଲ କରିବା ସହିତ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ହେଉଛନ୍ତି Nawazuddin Siddiqui ।  

ଆଜି ହେଉଛି ତାଙ୍କ ଜନ୍ମଦିନ । ୧୯ ମଇ, ୧୯୭୪ରେ ସେ ଜନ୍ମଗ୍ରହଣ କରିଥିଲେ । ୧୯ ବର୍ଷ ପୂର୍ବେ  ଅମିର ଖାନଙ୍କ ଫିଲ୍ମ’ସରଫରସ’ ମାଧ୍ୟମରେ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ ।  ଏହି ଫିଲ୍ମରେ ସେ ଏକ ଛୋଟ ଭୂମିକାରେ ନଜର ଆସିଥିଲେ । ହେଲେ  ସେ ଲୋକଙ୍କ ପାଖରେ ପରିଚିତ ହୋଇଥିଲେ, ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ଗ୍ୟାଗ୍ସ ଅଫ୍ ବାସେପୁର’ ମାଧ୍ୟମରେ ।

ଗାଁରେ ଜନ୍ମିତ ନଓ୍ବାଜୁଦ୍ଦିନଙ୍କ ଗାଁରେ କୌଣସି ଥିଏଟର ନଥିଲା । ଫିଲ୍ମ ଦେଖିବା ପାଇଁ ତାଙ୍କୁ ୪୫ କିଲୋମିଟର ଦୂରକୁ ଯିବାକୁ ପଡୁଥିଲା । ବଲିଉଡରେ ପ୍ରବେଶ କରିବା ପୂର୍ବରୁ ସେ ମାତ୍ର ୫ଟି ଫିଲ୍ମ ଦେଖିଥିଲେ । ଏହା ସହିତ ସେ ପ୍ରତିଦିନ ମିରର ଆଗରେ ଛିଡାହୋଇ ଅଭିନୟ କରୁଥିଲେ ।   

ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବାକୁ ତାଙ୍କୁ ପାଖାପାଖି ୧୨ ବର୍ଷ ସଂଘର୍ଷ କରିବାକୁ ପଡିଥିଲା । ଫିଲ୍ମ’ନ୍ୟୁୟର୍କ ’ରେ ତାଙ୍କର ଅଭିନୟ  ଫିଲ୍ମ ‘ବଜରଙ୍ଗୀ ଭାଇଜାନର ଡାଇରେକ୍ଟରଙ୍କ ହୃଦୟ ଜିତିଥିଲା । ଏହି ଫିଲ୍ମ ଦେଖିବା ପରେ   ନଓ୍ବାଜୁଦିନଙ୍କ ପ୍ରତି ଏତେ ପ୍ରଭାବିତ ହୋଇଥିଲେ ଯେ, ତାଙ୍କୁ ‘ବଜରଙ୍ଗୀ ଭାଇଜାନ’ରେ ଅଭିନୟ କରିବା ପାଇଁ ଅଫର ଦେଇଥିଲେ ।

ଲୋକପ୍ରିୟ ହେବା ପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଆଗକୁ ଆଗକୁ ବଢି ଚାଲିଛନ୍ତି ଏବଂ ଅନେକ ହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।