
କଳାହାଣ୍ଡି, ୧୯/୦୫/୨୧ (ଜିଲ୍ଲା ଖବର) : ଘର ସାମ୍ନାରେ ରାତିରେ ଶୋଇଥିବାବେଳେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ମୁଣ୍ଡ ଗଣ୍ଠି ଅଲଗା କରିଛନ୍ତି ଦୁର୍ବୃତ୍ତ ।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ସିମିଲିଭଟ୍ଟା ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ରହିଛି । ମୃତକ ୩୨ ବର୍ଷିଅ ନୀଳମଣି ଦଣ୍ଡସେନା। ସକାଳୁ ସ୍ତ୍ରୀ ଚଂଚଳା ଦଣ୍ଡାସେନା ମୃତ ଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଲାଞ୍ଜିଗଡ଼ ପୋଲିସ ପହଂଚି ତଦନ୍ତ ଜାରି ରଖିଛି। ଘର ସାମ୍ନାରେ ନିର୍ମମ ହତ୍ୟା ସତ୍ତ୍ୱେ ଘରେ ଶୋଇଥିବା ତାଙ୍କ ସ୍ତ୍ରୀ କିପରି ଜାଣି ପାରିଲେ ନାହିଁ ତାହାକୁ ନେଇ ପୋଲିସର ସନ୍ଦେହ ସୃଷ୍ଟି ହୋଇଛି । ଯାହାକୁ କେନ୍ଦ୍ର କରି ପୋଲିସ ତଦନ୍ତ ଜାରି ରଖିଛି।



