Thursday, November 12, 2026
Home ଆଞ୍ଚଳିକ ଖଲିପତ୍ର ଖାଲି ହେଇଗଲା…

ଖଲିପତ୍ର ଖାଲି ହେଇଗଲା…

12

ଗଞ୍ଜାମ,୧୯/୦୫/୨୧ (ଜିଲ୍ଲା ଖବର) : ଚାଲିଥିଲା ମନୋରଞ୍ଜନ, ସମସ୍ତେ ଖୁସି ଥିଲେ। ଭାବର ଆଦାନ ପ୍ରଦାନରେ ସମସ୍ତେ ଯେମିତି ଏକ ହୋଇ ଯାଇଥିଲେ। ନଥିଲା ରାଗ ରୁଷା।  କିଛି ଅମାନିଆ ଭୋଜି ଖାଇ ଘରକୁ ପଳାଇ ଶୋଇ ପଡିଥିଲେ, ତେବେ କିଛି ଅମାନିଆଙ୍କ ଭୋଜି ଖାଇବାର ଆଶା, ଆଶାରେ ରହିଗଲା। କିଛି ଜଣ ଖାଇବା ପାଇଁ ଖଲି ପତର ଧରି ବସିଥିଲେ ହେଲେ, ପାଟିରେ କୁକୁଡା ମାଂସ ଟିକେ ବାଜିଛି କି ନାହିଁ, ଠିକ ଟାଇମରେ ପହଞ୍ଚିଥିଲେ ପୋଲିସ ମାମୁଁ। ଆଉ ଚିକେନ ଖାଇବେ କଣ, ମାଡ ଭୟରେ ଯିଏ ଯୁଆଡେ ଧାଇଁଲେ, ତେବେ କିଛି ଜଣ ଖଲିପତରରେ ଥିବା ଭୋଜି ଧରି ଆସ୍ତେ ଆସ୍ତେ ଚାଲିଲେ। ହଁ ଆଜ୍ଞା ତାଲାବନ୍ଦ ବେଳେ ଏହି ଘଟଣା ଗଞ୍ଜାମ ଜିଲ୍ଲା ଗୋଠଗାଁରେ ଦେଖିବାକୁ ମିଳିଛି ।

ବିବାହ ଭୋଜିକୁ ତହସିଲଦାର ଓ ଜରଡ଼ା ଥାନା ପୋଲିସ ପହଞ୍ଚି ଭୋଜି ବନ୍ଦ କରିବା ସହ 10 ହଜାର ଟଙ୍କା ଫାଇନ ଆଦାୟ କରିଛି। ଏହା ସହିତ ଭୋଜିରେ ରନ୍ଧା ଖାଦ୍ୟକୁ ପାର୍ସଲ ଦେବାକୁ ପରାମର୍ଶ ଦେଇଛି l

ଅନ୍ୟ ପଟେ ପାତ୍ରପୁର ବଜାରରେ ଦୁଇଟି ଲୁଗା, ଗୋଟିଏ ସୁନା ଓ ଗୋଟିଏ ଗୁଟୁଖା ଦୋକାନକୁ କୋଭିଡ ନିୟମ ଅବମାନନା ଅଭିଯୋଗରେ ତହସିଲଦାର ଅମିତ କୁମାର ନାୟକ ପହଞ୍ଚି ସିଲ୍ କରିଛନ୍ତି । ସିଲ୍ ଦୋକାନ ସାମ୍ନାରେ ତହସିଲ ପ୍ରଶାସନ ପକ୍ଷରୁ ଲିଫଲେଟ ମରାଯାଇଛି। ନିକଟରେ ଥିବା ଗୋଟିଏ ଦୋକାନରୁ ପାଞ୍ଚ ହଜାର ଟଙ୍କା ସହ ଗୁଟୁଖାକୁ ଜବତ କରିଛି l