
ମାଲକାନଗିରି,୧୯/୦୫/୨୧ (ଜିଲ୍ଲା ଖବର) : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା । ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣରେ ଜଣେ ଯବାନ ଶହୀଦ ହେଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ଶହୀଦ ଯବାନଙ୍କ ନା ଥରେନ୍ଦ୍ର କୁମାର ନାୟକ ଓ ଗୁରତର ଯବାନ ଅମର ଠାକୁର । ବିଜାପୁର ଜିଲ୍ଲାର କୁଟେରୁ ଥାନା ଅନ୍ତର୍ଗତ ଆମ୍ବେଲି ଜଙ୍ଗଲ ରାସ୍ତାରେ ନକ୍ସଲ ମାନେ ଲ୍ୟାଣ୍ଡ୍ମାଇନ୍ ଲଗାଇଥିଲେ । ଗତକାଲି ଠାରୁ ସିଲଗରରେ ଯବାନ ଓ ଜନତା ମୁହାଁମୁହିଁ ହୋଇ ରହିଥିବା ବେଳେ ନକ୍ସଲ ପନ୍ଥିଙ୍କ ଏପରି ଆକ୍ରମଣ ଯବାନଙ୍କ ଅପରେସନକୁ ଆହୁରି ଜୋରଦାର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ବସ୍ତର ଆଇଜି ପି.ସୁନ୍ଦର ରାଜ ।
ସୂଚନାଯୋଗ୍ୟ, ସିଲଗର ଗାଁରେ ନବନିର୍ମିତ ତଥା ସ୍ଥାପିତ ସିଆରପିଏଫ କ୍ୟାମ୍ପକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଆସୁଥିଲେ । ଗତକାଲି ଶତାଧିକ ଆଦିବାସୀ କ୍ୟାମ୍ପ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ତେବେ ଯବାନମାନେ ତାଙ୍କୁ କଥାରେ ଅଟକାଇବାକୁ ବିଫଳ ହେବା ପରେ ଗୁଳି ଚାଳନା କରିଥିଲେ । ଶେଷରେ ଯବାନଙ୍କ ଗୁଳିମାଡରେ ୩ ଜଣ ଗ୍ରାମବାସୀ ପ୍ରାଣ ହରାଇଥିଲେ । ମୃତ ତଥା ବିରୋଧ କରୁଥିବା ଆଦିବାସୀମାନେ ନକ୍ସଲପନ୍ଥୀଙ୍କ ମିଲେସିଆ ସଦସ୍ୟ (ସମର୍ଥକ) ବୋଲି ଜଣାଇଥିଲେ ବସ୍ତର ଆଇଜି ପି ସୁନ୍ଦର ରାଜ ।



