
ଭୁବନେଶ୍ଵର,୧୯/୦୫/୨୧ (ଜିଲ୍ଲା ଖବର) : ରାଜ୍ୟରେ ଆଜି ମୋଟ ୧୦ ହଜାର ୨୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୫ଲକ୍ଷ ୩୬ ହଜାର ୫୯୫ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧୮ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡରୁ ୯୪୩, କଟକରୁ ୮୮୭, ପୁରୀରୁ ୭୦୭ ଜଣ, ସମ୍ବଲପୁରରୁ ୬୪୧ ଜଣ, କଳାହାଣ୍ଡିରୁ ୪୬୫ ଜଣ, ବରଗଡ଼ରୁ ୪୪୮ ଜଣ, ଅନୁଗୁଳରୁ ୪୩୮ ଜଣ, ଝାରୁସୁଗୁଡ଼ାରୁ ୩୩୧ ଜଣ, ବାଲେଶ୍ୱରରୁ ୩୦୧ ଜଣ, ନବରଙ୍ଗପୁରରୁ ୨୯୧ ଜଣ, ବଲାଙ୍ଗିରରୁ ୨୭୩ ଜଣ, ନୟାଗଡ଼ରୁ ୨୫୪ ଜଣ, ଯାଜପୁରରୁ ୨୨୨ ଜଣ, ନୂଆପଡ଼ାରୁ ୨୧୪ ଜଣ, ମୟୂରଭଞ୍ଜରୁ ୨୦୭ ଜଣ, ଗଞ୍ଜାମରୁ ୧୯୫ ଜଣ, ସୋନପୁରରୁ ୧୭୯ ଜଣ, କେନ୍ଦୁଝରରୁ ୧୬୭ ଜଣ, କେନ୍ଦ୍ରାପଡ଼ାରୁ ୧୫୮ ଜଣ, ଜଗତସିଂହପୁରରୁ ୧୩୭ ଜଣ, ଦେବଗଡ଼ରୁ ୧୩୬ ଜଣ, ରାୟଗଡ଼ାରୁ ୧୩୬ ଜଣ, କୋରାପୁଟରୁ ୧୨୨ ଜଣ, ଗଜପତିରୁ ୧୧୬ ଜଣ, ବୌଦ୍ଧରୁ ୧୧୩ ଜଣ, ଭଦ୍ରକ ଓ କନ୍ଧମାଳରୁ ଶହେ ଜଣ ଲେଖାଏଁ, ମାଲକାନଗିରିରୁ ୯୪ ଓ ଷ୍ଟେଟ ପୁଲରୁ ୨୭୨ ଜଣ ସୁସ୍ଥ ହୋଇଛନ୍ତି ।


