Saturday, October 10, 2026
Home ଆଞ୍ଚଳିକ କରୋନା କଟକଣା ମଧ୍ୟରେ ଚାଲିଛି ରଥ ନିର୍ମାଣ

କରୋନା କଟକଣା ମଧ୍ୟରେ ଚାଲିଛି ରଥ ନିର୍ମାଣ

8

ପୁରୀ,୧୯/୦୫/୨୧ (ଜିଲ୍ଲା ଖବର) : କରୋନା କଟକଣାକୁ ମାନି ମହାପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ କରାଯାଉଛି। ଆଜି ପୂର୍ବାହ୍ନରେ ରଥଖଳା ଠାରେ ଉପସ୍ଥିତ ୫୧ ଜଣ ରଥ ନିର୍ମାଣରେ ସମ୍ପୂର୍କ୍ତ ସେବକ ମାନଙ୍କର ଥର୍ମାଲ ସ୍କ୍ରିନିଂ କରା ଯିବାପରେ ତିନି ରଥର ମୋଟ ୨୮ ଜଣ ମହାରଣା, ୪ଜଣ କରାତି ସେବକ, ୧୨ ଜଣ ଭୋଇ ସେବକ, ୧ ଜଣ ତୁମ୍ବ ବିନ୍ଧ କାରିଗର ଏବଂ ୬ଜଣ କମାର ସେବକ ଏହିପରି ମୋଟ ୫୧ଜଣ ରଥ ନିର୍ମାଣକାରୀ ସେବକ ନିଜ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ । ରଥଚକ ପାଇଁ କରତି ସେବକ ଗତ କାଲି ସୁଦ୍ଧା ତିନି ରଥ ପାଇଁ ତିନୋଟି ଲେଖାଏଁ ତୁମ୍ବ କଟିଙ୍ଗ ବା ଗଡ଼ କରି ମହାରଣା ମାନଙ୍କୁ ଯୋଗାଇଥିଲେ । ତିନି ରଥର ମହାରଣା ମାନେ ପ୍ରତ୍ୟେକଙ୍କର ୩ଟି ଲେଖାଁଏ ତୁମ୍ବକୁ ବାରିସୀ ରେ ହାଣି ପ୍ରାଥମିକ କାର୍ଯ୍ୟ ଶେଷ କରିଥିଲେ । ଆଜି କରାତି ସେବକ ମାନେ ଆଉ ୯ଗୋଟି ତୁମ୍ବ ଗଡ଼ କରି ତିନି ରଥ ମହାରଣା ମାନଙ୍କୁ  ରଥ ଭୋଇ ସର୍ଦାର ଏବଂ ସାଥି ଭୋଇ ସେବକଙ୍କ ସହାୟତାରେ ତିନି ରଥ ମହାରଣାମାନଙ୍କୁ ଆଉ ତିନୋଟି ଲେଖାଏଁ ତୁମ୍ବ ଯୋଗାଇ ଦିଆଯାଇଥିଲା ।ତିନି ରଥ ମହାରଣାମାନେ ତୁମ୍ବ ଗୁଡିକୁ ବାରିସୀ ରେ ହାଣି ତାହାର ପ୍ରାଥମିକ କାର୍ଯ୍ୟ ଶେଷ କରିବାକୁ ପାୟସ ଜାରି ରଖିଛନ୍ତି । ଗତକାଲି ଠାରୁ ଦୋଳ ବେଦି ଠାରେ ତିନି ରଥର ତିନିଜଣ ମୁଖ୍ୟ କମାର ସେବକ ଶାଳ ପ୍ରସ୍ତୁତ କରି ସାଜ ସରଞ୍ଜାମ ପ୍ରସ୍ତୁତି କାର୍ଯ୍ୟ  ସାରିଥିଲେ, ଆଜି ୩ରଥର କମାର ସେବକ ମାନେ ୫ଗଣ୍ଡା ଲେଖାଏଁ ଅରକଣ୍ଟା ପ୍ରସ୍ତୁତ କରିବା ସହଅଧିକ ଅର କଣ୍ଟା ପ୍ରସ୍ତୁତ ପାଇଁ ଲୁହାରଡ଼ କଟିଙ୍ଗ କାର୍ଯ୍ୟ କରୁଛନ୍ତି ।