Sunday, November 15, 2026
Home ଆଞ୍ଚଳିକ କୋଭି଼ଡ ଟୀକା ନେବା ପରେ ନବୀନଙ୍କ ଫୋଟ ଥିବା କାର୍ଡ ଦେବା ନେଇ ରାଜ୍ୟ ସରକାରଙ୍କୁ...

କୋଭି଼ଡ ଟୀକା ନେବା ପରେ ନବୀନଙ୍କ ଫୋଟ ଥିବା କାର୍ଡ ଦେବା ନେଇ ରାଜ୍ୟ ସରକାରଙ୍କୁ ପୃଥୀରାଜଙ୍କ ଟାର୍ଗେଟ

11

ଭୁବନେଶ୍ଵର, ୧୯/୦୫/୨୧ (ଜିଲ୍ଲା ଖବର) : କୋଭି଼ଡ ଟୀକା ନେବା ପରେ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫୋଟ ଥିବା କାର୍ଡ ଦେବା ନେଇ ବିଜେପିର ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  

ଟ୍ଵିଟ କରି ପୃଥୀରାଜ କହିଛନ୍ତି ଯେ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପ୍ର. ଆ.ଜୋ ଲେଖିଲା ପରେ କେନ୍ଦ୍ର ସରକାରଙ୍କ ଛାଟ ପଡିଲା ଓ ନବୀନ ସରକାରଙ୍କର ଫଳକ ରାଜନୀତି ବନ୍ଦ ହେଲା। ମାତ୍ର ୨୫ ପ୍ରତିଶତ ଟୀକା ରାଜ୍ୟ କିଣୁଛି ଓ ୫୦ ପ୍ରତିଶତ ଟୀକା ମାଗଣାରେ କେନ୍ଦ୍ର ଯୋଗାଉଛି। ନିଜର ମିଛ ଆତ୍ମପ୍ରଚାର କଲାବେଳେ ଲାଜ ମାଡୁନି ?

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେହି ଦିନକୁ ଅପେକ୍ଷା ଯେଉଁ ଦିନ ରାଜ୍ୟ ସରକାର ଏହାକୁ ବିଜୁ ଟିକା ବୋଲି ଘୋଷଣା କରିବେ।