
ରାଉରକେଲା, ୧୯/୦୫/୨୧ (ଜିଲ୍ଲା ଖବର) : ଦେଶରେ କୋଭିଡ ମହାମାରୀର ଦ୍ବିତୀୟ ଲହର ବିପଦ ସମୟରେ ଓଡିଶା ତଥା ଅନ୍ୟ ରାଜ୍ୟକୁ ନିରବଚ୍ଛିନ୍ନ ଭାବରେ ତରଳ ଅମ୍ଲଜାନ ଯୋଗାଉଛି ରାଜ୍ୟର ଅଗ୍ରଣୀ ଇସ୍ପାତ କଳ ରାଉରକେଲା ଷ୍ଟିଲ ପ୍ଲାଣ୍ଟ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ ପରେ ଏହି ପରିବହନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। କୋରନା ଆକ୍ରନ୍ତଙ୍କ ପାଇଁ ଏହି ସିଲିଣ୍ଡର ଯୋଗାଯାଉଛି । LMO ଉତ୍ପାଦନକୁ ବହୁଗୁଣିତ କରି ଆରଏସପି ସାଜିଛି କୋଭିଡ ରୋଗୀଙ୍କ ପ୍ରାଣଦାତା। ଆରଏସପିରେ ମୋଟ ଅମ୍ଳଜାନ ଚାହିଦା ପୂରଣ କରିବା ପାଇଁ ଲିଣ୍ଡେ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ବିଲ୍ଡ-ଡନ-ଅପରେଟ୍ (BOO) ଆଧାରରେ ଆଉ ଦୁଇଟି ASU ପରିଚାଳିତ ହେଉଛି।
ଓଡିଶା ଏବଂ ଓଡିଶା ବାହାରେ ଥିବା ଅନେକ ଡାକ୍ତରଖାନାରେ ଜୀବନ ବଞ୍ଚାଇବା ପାଇଁ ଅମ୍ଲଜାନର ଆବଶ୍ୟକତା ବେଳେ ଆରଏସପି ଏପ୍ରିଲରୁ ଏବେ ଯାଏଁ ପ୍ରାୟ ୮୪୦ ଟନରୁ ଅଧିକ ଅମ୍ଲଜାନ ଯୋଗାଇ ଦେଇଛି । ଏହାସହ ଗତବର୍ଷ ଏପ୍ରିଲରୁ ଓଡିଶା ଏବଂ ଓଡିଶା ବାହାରକୁ ଅଦ୍ୟାବଧି ୮୦୦୦ ଟନରୁ ଅଧିକ LMO ଯୋଗାଇ ଦେଇଛି।
ଏହି LMO ଯୋଗାଣ ବ୍ୟତୀତ ଆରଏସପି ଓଡିଶା ସରକାରଙ୍କ ସହଯୋଗରେ ଏକ RT-PCR ପରୀକ୍ଷା କେନ୍ଦ୍ର ଓ ପ୍ଲାଜମା ବ୍ୟାଙ୍କ ମଧ୍ୟ ଚଳାଯାଉଛି । ଦେଶକୁ ମହାମାରୀ ବିରୋଧରେ ଲଢିବା ତଥା ନାଗରିକଙ୍କ ଜୀବନ ରକ୍ଷା କରିବାରେ ଶସ୍ତା ମୂଲ୍ୟରେ LMO ଉତ୍ପାଦନ ତଥା ଯୋଗାଣ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ରାଉରକେଲା ଇସ୍ପାତ କରଖାନା କର୍ମଚାରୀ ସଂଗଠନର ସଭାପତି ଏଚ୍.ଏସ୍ ବାଲ କହିଛନ୍ତି।



