
ନୂଆଦିଲ୍ଲୀ, ୧୯/୦୫/୨୧ (ଜିଲ୍ଲା ଖବର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜୁରାଟ ଏବଂ ଡିୟୁ ଗସ୍ତ କରିବେ। କ୍ଷୟକ୍ଷତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ। ସେ ଉନା, ଡିୟୁ, ଜାଫାରାବାଦ, ଏବଂ ମହୁଭା ଭଳି ଅଞ୍ଚଳରେ ବିମାନ ଦ୍ଵାରା ଏରିଏଲ ସର୍ଭେ କରିବେ। ପରେ ସେ ଅହମ୍ମଦାବାଦରେ ଏକ ସମୀକ୍ଷା ବୈଠକ ମଧ୍ୟ କରିବେ। ବାତ୍ୟା କ୍ଷୟକ୍ଷତି ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ବାତ୍ୟାର ତାଣ୍ଡବ ପରେ ବିଭିନ୍ନ କେନ୍ଦ୍ରୀୟ ଟିମ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଧାନମନ୍ତ୍ରୀ ଏରିଏଲ ସର୍ଭେ କରିବା ପରେ କିଛି ପ୍ୟାକେଜ ଘୋଷଣା କରି ପାରନ୍ତି।


