Sunday, November 15, 2026
Home ଆଞ୍ଚଳିକ ଆଜି ପ୍ରଧାନମନ୍ତ୍ରୀଙ୍କ ଗୁଜୁରାଟ ଗସ୍ତ; ‘ତାଉତେ’ ର ପରବର୍ତ୍ତୀ ସ୍ଥିତି କରିବେ ସମୀକ୍ଷା

ଆଜି ପ୍ରଧାନମନ୍ତ୍ରୀଙ୍କ ଗୁଜୁରାଟ ଗସ୍ତ; ‘ତାଉତେ’ ର ପରବର୍ତ୍ତୀ ସ୍ଥିତି କରିବେ ସମୀକ୍ଷା

7

୧୯/୦୫/୨୧ (ଜିଲ୍ଲା ଖବର) :  ବାତ୍ୟା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ଏବଂ ଡାମନ ଡିଉ ଗସ୍ତରେ ଯିବା ନେଇ କାର୍ଯ୍ୟକ୍ରମ ରହିଛି । ସାଇକ୍ଲୋନ ତାଉତେ ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।

କ୍ଷୟକ୍ଷତି  ଆକଳନ ସହିତ ଗୁଜୁରାଟ ଅହମ୍ମଦାବାଦରେ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ ସ୍ଲାଇକୋନ ତାଉତେ  ଗୁଜୁରାଟ ଓ ମହାରାଷ୍ଟ୍ରରେ ତାଣ୍ଡବ ରଚିଛି । ଯାହାର ଭୟଙ୍କର ଭିଡ଼ିଓ ଭାଇରାଲ ହୋଇଛି । “ତାଉତେ” ସାମୁଦ୍ରିକ ଝଡ଼ର ପ୍ରଭାବ ଦେଶର ପଶ୍ଚିମ ଭାଗରେ ଅବସ୍ଥିତ ବିଭିନ୍ନ ରାଜ୍ୟରେ ଅନୁଭୂତ ହୋଇଛି ।

ଏହାର ପ୍ରଭାବରେ ଗୁଜୁରାଟ ଓ ମହାରାଷ୍ଟ୍ରରେ ବ୍ୟାପକ ପରିମାଣରେ  କ୍ଷୟକ୍ଷତି ହୋଇଛି । ଏହି ବାତ୍ୟାରେ ଧନଜୀବନଠାରୁ ଆରମ୍ଭ କରି ହଜାର ହଜାର ଏକର ଜମି, ବ୍ୟାପକ ଗଛ ସମେତ ଅନ୍ୟାନ୍ୟ ଫସଲ ସବୁ କିଛି ବର୍ବାଦ ହୋଇଯାଇଛି ।