Wednesday, November 11, 2026
Home ଆଞ୍ଚଳିକ ‘ ଏବେ ଦୋଷ ଦେବାର ବେଳା ନୁହେଁ, ମିଳିମିଶି କାମ କଲେ ହିଁ ଜିତିବା...

‘ ଏବେ ଦୋଷ ଦେବାର ବେଳା ନୁହେଁ, ମିଳିମିଶି କାମ କଲେ ହିଁ ଜିତିବା ‘

12

ଭୁବନେଶ୍ୱର, ୧୯/୦୫/୨୧ (ଜିଲ୍ଲା ଖବର) :  କୋଭିଡ୍ ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ପରାମର୍ଶ ।  ରାଜ୍ୟରେ ଦେଖାଦେଇଥିବା କରୋନା ସ୍ଥିତିକୁ ନେଇ ଆମେ ମିଳିମିଶି କାମ କରିବା । କାହାକୁ ଏବେ ଦୋଷ ଦେବାର ବେଳା ନୁହେଁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଆମେ ଯେତେ ଅଧିକା ଟେଷ୍ଟିଂ, ଟ୍ରେସିଂ, ଟ୍ରିଟିଂ କରି ପାରିବା କୋଭିଡ କବଳରୁ ରକ୍ଷା ପାଇ ପାରିବା । ଓଡିଶାରେ ଦୈନିକ ଟେଷ୍ଟିଂର ହାର ୫୨ ହାଜର ରହିଛି ଯାହା ପର୍ଯ୍ୟାପ୍ତ ନୁହେଁ । ରାଜ୍ୟ ସରକାର ଦୈନିକ ଟେଷ୍ଟିଂ ବଢାନ୍ତୁ । କେନ୍ଦ୍ର ସରକାର ପାଖାପାଖି ସାଢେ ୪୪ ଲକ୍ଷରୁ ଅଧିକ ଆଣ୍ଟିଜେନ କିଟ୍ ଯୋଗାଇ ଦେଇଛନ୍ତି ।  ଓଡିଶାରେ ୬୫ ଲକ୍ଷ 68 ହଜାର ୬୪୯ ଲୋକଙ୍କୁ ଟୀକାକରଣ କରାଯାଇଛି । ତା ଭିତରୁ ୬୪ ଲକ୍ଷ ୩୧ ହଜାର ୨୮୪ ଜଣ ସିଧାସଲଖ ଭାବରେ ଭାରତ ସରକାରଙ୍କ ମାଗଣା ଟୀକା ପାଇ ପାରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଓଡିଶାରେ କୋଭିଡ୍ ହସ୍ପିଟାଲ ତ୍ବରାନ୍ବିତ ହେଉଛି ।  ଭାରତ ସରକାର ପୁରାପୁରି ଭାବରେ ରାଜ୍ୟକୁ ସହଯୋଗ କରୁଛନ୍ତି । ରୋଗୀଙ୍କ ବାବଦରେ ଜାଣିବା ପାଇଁ ପ୍ରତି ହସ୍ପିଟାଲରେ ହେଲ୍ପ ଡେକ୍ସର ବ୍ୟବସ୍ଥା  କରାଯାଉ ବୋଲି କହିଛନ୍ତି ଗୋଲକ ମହାପାତ୍ର ।