Friday, November 13, 2026
Home ଆଞ୍ଚଳିକ ବୁର୍ଲା କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଭୁଲ ଇଂଜେକ୍ସନ ଦେଇଥିବା ଅଭିଯୋଗ

ବୁର୍ଲା କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଭୁଲ ଇଂଜେକ୍ସନ ଦେଇଥିବା ଅଭିଯୋଗ

26

ସମ୍ବଲପୁର, ୧୯/୦୫/୨୧ (ଜିଲ୍ଲା ଖବର) :   ବୁର୍ଲା କୋଭିଡ ହସ୍ପିଟାଲରେ ରୋଗୀଙ୍କ ଜୀବନ ସହ ଖେଳ  । ରୋଗୀଙ୍କୁ ଭୁଲ ଇଂଜେକସନ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଅଳ୍ପକେ ବର୍ତ୍ତିଲା ଜଣେ ଗୁରୁତର କୋଭିଡ ରୋଗୀଙ୍କ ଜୀବନ । ରୋଗୀ ଜଣକ ହେଉଛନ୍ତି  ଭିମସାରରେ କାର୍ଯ୍ୟରତ ଷ୍ଟାଫ ନର୍ସ ପୂର୍ଣ୍ଣିମା କୁମ୍ଭାର । ପୂର୍ଣ୍ଣିମାଙ୍କ କହିବା କଥା ହେଲା ଯେ ସେ କୋଭିଡରେ ଆକ୍ରାନ୍ତ ହୋଇ ବୁର୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଦିନକୁ ଗୋଟିଏ ରେମେଡେସିଭିର  ଇଂଜେକସନ ଦେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ତେବେ ଏହି ଇଂଜେକସନ ସକାଳ ସମୟରେ ଥରେ  ଦିଆ ଯାଇଥିବା ବେଳେ ସନ୍ଧ୍ୟାରେ ପୁଣି ଥରେ ଉକ୍ତ ଇଂଜେକସନ ଦେବାପାଇଁ ସେଠାରେ ଡ୍ୟୁଟିରେ ଥିବା ଜଣେ କୋଭିଡ ନର୍ସ ଆସିଥିଲେ । ତେବେ ପୂର୍ଣ୍ଣିମା ଜାଣି ପାରି ଉକ୍ତ ନର୍ସଙ୍କୁ ଏହି ଇଂଜେକସନ ଦେବା ପାଇଁ ବାରଣ କରିଥିଲେ । ତେବେ ନର୍ସ ଜଣକ ସେତେ ବେଳକୁ ଇଂଜେକସନର କିଛି ପରିପାଣ ଦେଇ ସାରିଥିଲେ , ତେବେ ପୂର୍ଣ୍ଣିମା ନିଜ ହାତକୁ ଟାଣି ଆଣିଲେ ।  ପୂର୍ଣ୍ଣିମା ଜାଣିଥିଲେ ବୋଲି ତାଙ୍କ ଜୀବନ ଅଳ୍ପକେ ବର୍ତ୍ତିଗଲା । କିନ୍ତୁ ପୂର୍ଣ୍ଣିମା ଙ୍କ ସ୍ଥାନରେ ଆଉ ଜଣେ ସାଧାରଣ ରୋଗିଥିଲେ ତାଙ୍କ ଅବସ୍ଥା କିଭଳି ହୋଇଥାନ୍ତା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ଉତ୍ତେଜନା ପ୍ରକାଶ କରିଥିଲେ । ପରେ ବୁର୍ଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ । ଫଳରେ ପୋଲିସ ଓ ଉତ୍ୟକ୍ତ ଲୋକଙ୍କ ମଧ୍ୟରେ ମୁହାଁମୁହିଁ  ପରିସ୍ଥିତି ସୃଷ୍ଟି ହୋଇଥିଲା ।