
ହିଞ୍ଜିଳିକାଟୁ,୧୯/୫(ଜିଲ୍ଲା ଖଵର) : ହିଂଜିଳିକାଟୁ ପଞ୍ଚାୟତ ସମିତି ର ପୂର୍ବତନ ଉପାଧ୍ୟକ୍ଷ ସମାଜସେଵୀ ସୂର୍ଯ୍ୟ ନାରାୟଣ ସାହୁ (୮୦)ଙ୍କ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି ।ସ୍ବର୍ଗତ ସୂର୍ଯ୍ୟ ନାରାୟଣ ଜଣେ ପରୋପକାରୀ ,ମେଳାପୀ,ସମବାୟ ନେତା ଓ ମା’ ଶ୍ୟାମଳାଇ ମନ୍ଦିର ପରିଚାଳନା କମିଟି ସଭାପତି ଥିଲେ ।ସ୍ୱଗର୍ତ ସାହୁ କିଛିଦିନ ହେଲା ଅସୁସ୍ଥ ଥିଲେ ଘରେ ଡାକ୍ତର ଙ୍କ ପରାମର୍ଶ କ୍ରମେ ଚିକିତ୍ସା ହେଉଥିଲେ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।ତେବେ ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ,୪ ପୁଅ,ବୋହୂ ଓ ଝିଅ ଉପସ୍ଥିତ ଥିଲେ ।ତାଙ୍କ ମୃତ୍ୟୁରେ ବହୁ ଭଦ୍ର ବ୍ୟକ୍ତି ଓ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।


