Wednesday, October 14, 2026
Home ଆଞ୍ଚଳିକ ଆମ୍ବୁଲାନ୍ସ ଟ୍ରକ ମୁଁହାମୁହିଁ ଧକ୍କା ଡ୍ରାଇଭର ଗୁରୁତର

ଆମ୍ବୁଲାନ୍ସ ଟ୍ରକ ମୁଁହାମୁହିଁ ଧକ୍କା ଡ୍ରାଇଭର ଗୁରୁତର

68

ବାଲିଗୁଡ଼ା , ୧୮/୫{ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡ଼ିବନ୍ଧ ବ୍ଲକ କୁର୍ତ୍ତୁମଗଡ଼ ଗ୍ରାମ ପଞ୍ଚାୟତ ପନ୍ଦର ମାଏଲ ଠାରେ ଆଜି ସକାଳ 11 ଘଣ୍ଟିକା ସମୟରେ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି I ଘଟଣା ଅନୁସାରେ ଆଜି ସକାଳେ ଓଡି-12 ସି-6710 ନମ୍ବର ଆମ୍ବୁଲାନ୍ସ ତୁମୁଡ଼ିବନ୍ଧ ଠାରୁ ବାଲିଗୁଡ଼ା ଅଭିମୁଖେ ଯାଉ ଥିବା ବେଳେ ଓଡି-02ଏବି- 6847 ନମ୍ବର ମାଲବୋଝଇ ଟ୍ରକ ଫୁଲବାଣୀରୁ ଭବାନୀପାଟଣା ଅଭିମୁଖେ ଯାଉ ଥିଲା I ଏହି ସମୟରେ ପନ୍ଦରମାଏଲ ଠାରେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଏବଂ ଟ୍ରକ ମୁହାଁମୁହିଁ ହୋଇ ଥିଲେ I ହେଲେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇ ଥିଲେ ଦୁଇ ଗାଡ଼ି ଚାଳକ ଏବଂ ଟ୍ରକର ହେଲପର I ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ତିନି ଆହତଙ୍କୁ ଉଦ୍ଧାର କରି କୋଟଗଡ଼ ବନବିଭାଗ ଗାଡ଼ି ଯୋଗେ ବାଲିଗୁଡ଼ା ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇ ଛନ୍ତି I ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ ଆମ୍ବୁଲାନ୍ସ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଥିବା ବେଳେ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ି ଥିଲା I ଆହତ ଆମ୍ବୁଲାନ୍ସ ଚାଳକଙ୍କ ନାମ ଆସ୍ତିକ ପ୍ରଧାନ ବୋଲି ସୂଚନା ମିଳିଛି I ବର୍ତ୍ତମାନ ଆହତଙ୍କ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଚାଲିଛି I
ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର , ଟ୍ରକ ଡ୍ରାଇଭର ଏବଂ ହେଲ୍ପର ଗୁରୁତର ଆହତ ହୋଇଥିବା ଜଣାପଡିଛି |