
ବାଲିଗୁଡ଼ା,୧୮/୫{ ସୁକାନ୍ତ କୁମାର ତ୍ରିପାଠୀ } : ଦିନକୁ ଦିନ କରୋନା ସଂକ୍ରମଣ ର ଭୟ ବୃଦ୍ଧି ପାଇବାରେ ଲାଗିଛି , କିନ୍ତୁ ଏମିତି କିଛି ଅମିନିଆ ଅଛନ୍ତି ଯେଉଁମାନେ କି କୈାଣସି ସରକାରୀ କୋଭିଡ ନିୟମକୁ ମାନିବାକୁ ନାରାଜ । ସରକାରୀ କୋଭିଡ ନିୟମକୁ ଫୁ କରି ନିଜ ମନମାନି ଚଳାଇ ଥାନ୍ତି । ଏହି ଭଳି କିଛି ଅମାନିଆ ବ୍ୟବସାୟୀ ଙ୍କୁ ନିୟମିତ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର ସାବାଡ କରୁଥିବା ଦେଖିବାକୁ ମିଳିଛି। ଲକ୍ ଡାଉନ୍ ସମୟରେ ତେଜରାତି ଦୋକାନ, ପରିବା ଦୋକାନ , ଅଣ୍ଡା, କ୍ଷୀର , ମାଛ, ମାଂସ ଦୋକାନ ଖୋଲିବା ପାଇଁ ଅନୁମତି ଥିବା ବେଳେ ବାଲିଗୁଡ଼ା ଏନ୍ଏସି ବଜାର ରେ ପ୍ରାୟ ସମସ୍ତ ଦୋକାନ ଖୋଲିବା ପରି ଖୋଲା କରି ଗହଳି କରିବା ସହ ସାମାଜିକ ଦୂରତା ଉଲ୍ଲଘଂନ କରିଥିବା ଅଭିଯୋଗ ରେ ଆଜି ତହସିଲଦାର ଶ୍ରୀ ପାତ୍ର ୭ ଟି ଦୋକାନ ସିଲ୍ କରିଥିବା ସୁଚନା ଦେଇଛନ୍ତି। ଏହି ମଧ୍ୟରେ ୪ ଟି ଲୁଗା ଦୋକାନ , ୨ ଟି ମୋବାଇଲ ଦୋକାନ ଓ ୧ ଟି ଚୁଡି ଦୋକାନ ସିଲ୍ କରିବା ସୁଚନା ଦେଇଛନ୍ତି। ତହସିଲଦାରଙ୍କ ଏହି କାର୍ଯ୍ୟକଳାପକୁ ସବୁ ବର୍ଗରେ ପ୍ରଶଂସା କରିବା ସହ ସହ ଏହି କାର୍ଯ୍ୟ କୁ ସ୍ଵାଗତ ମଧ୍ୟ କରିଛନ୍ତି ।ଏଣୁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି |



