Friday, November 13, 2026
Home ଆଞ୍ଚଳିକ ଜିଲ୍ଲା ଅଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଗାଁରେ ସଚେତନତା ସୃଷ୍ଟି ଉପରେ ଦେଲେ ଗୁରୁତ୍ବ

ଜିଲ୍ଲା ଅଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଗାଁରେ ସଚେତନତା ସୃଷ୍ଟି ଉପରେ ଦେଲେ ଗୁରୁତ୍ବ

65

 ନୂଆଦିଲ୍ଲୀ,୧୮/୦୫/୨୧ (ଜିଲ୍ଲା ଖବର) :  କରୋନାର ଦ୍ୱିତୀୟ ଲହର ଭାରତରେ ଏହାର ପ୍ରଭାବ ଜାରି ରଖିଛି। ବର୍ତ୍ତମାନ ଏହି ମହାମାରୀ ଗ୍ରାମାଞ୍ଚଳରେ ବ୍ୟାପିବାରେ ଲାଗିଛି। ଏହି ସମୟରେ, ମଙ୍ଗଳବାର ଅର୍ଥାତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର 46 ଟି ପ୍ରଭାବିତ ଜିଲ୍ଲାର DMଙ୍କ ସହିତ ସିଧାସଳଖ କଥା ହୋଇଛନ୍ତି ।

 ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନୀୟ ପରିସ୍ଥିତି, ଡିଏମଙ୍କ ଅଭିଜ୍ଞତା ଏବଂ ଆଗାମୀ ପ୍ରସ୍ତୁତି ବିଷୟରେ ଆଲୋଚନା କରିଛନ୍ତି। ଦେଶର ଅନେକ ଜିଲ୍ଲାରେ ସଂକ୍ରମଣ ମାମଲାରେ ତୀବ୍ର ବୃଦ୍ଧି ଦେଖାଦେଉଛି । କର୍ଣ୍ଣାଟକ, ବିହାର, ଆସାମ, ଚଣ୍ଡିଗଡ଼, ତାମିଲନାଡୁ, ୟୁପି, ମଧ୍ୟପ୍ରଦେଶ, ଗୋଆ, ହିମାଚଳ ପ୍ରଦେଶ ଏବଂ ଦିଲ୍ଲୀର କିଛି ଜିଲ୍ଲାର ଅଧିକାରୀମାନଙ୍କ ସହ ଏନେଇ ଆଲୋଚନା କରିଛନ୍ତି ।

ଗାଁ ଜିତିଲେ ଦେଶ ଜିତିବ। ଗାଁରେ ସଚେତନତା ସୃଷ୍ଟି କରିବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ଆହୁରି ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ଚାଲିଛି। କରୋନା ଲଢେଇରେ ଟିକାକରଣ ପ୍ରମୁଖ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।