
ଭୁବନେଶ୍ୱର,୧୮/୦୫/୨୧ (ଜିଲ୍ଲା ଖବର) : ରାଜ୍ୟରେ କରୋନା ଟ୍ରେଣ୍ଡ ଖସୁଥିଲେ ବି ବିପଦ କମିନି । ସୁନ୍ଦରଗଡ଼ରେ ସଂକ୍ରମଣ ଅଧିକ ଥିଲା ଏବେ କମୁଛି । କଟକ ଓ ଖୋର୍ଦ୍ଧା ମାଇଗ୍ରେଟେଡ଼ ସ୍ଥାନ ହୋଇଥିବାରୁ ଅଧିକ ଥିଲା ଏବଂ ରହିବ ମଧ୍ୟ। ଯେଉଁ ବୟସ ଗ୍ରୁପକୁ ଟୀକାକରଣ ହୋଇନି କିପରି କରିହେବ ତାହା ଉପରେ ଫୋକସ ରହିବ। କରୋନା ସ୍ଥିତି ନେଇ କିଛି ଏଭଳି ଆକଳନ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତେବେ ବର୍ତ୍ତମାନ ନୁହେଁ ଗତବର୍ଷଠୁ ଗ୍ରାମାଞ୍ଚଳକୁ ଫୋକସରେ ରଖାଯାଇଛି । ତିନି ମାସ ପାଇଁ ILI ସର୍ଭେ ସହ ଡେଙ୍ଗୁ ,ମ୍ୟାଲେରିଆ ଓ ଡାଏରିଆର ଇଣ୍ଟିଗ୍ରେଟେଡ଼ ସର୍ଭେ ହୋଇଥିଲା । ସରକାରଙ୍କ ନିର୍ଦ୍ଦେଶ ପରେ ଡୋର ଟୁ ଡୋର ସର୍ଭେକୁ ଫୋକସ କରାଯିବ। ପୂର୍ବରୁ ଯେଉଁମାନଙ୍କ ଲକ୍ଷଣ ଥିଲା ସେମାନେ ଟେଷ୍ଟ ପାଇଁ ଆସୁଥିଲେ । ଏଣିକି ନିୟମିତ ଆଶା କର୍ମୀ, ଅଙ୍ଗନବାଡୀ କର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ଡୋର ଟୁ ଡୋର ସର୍ଭେ କରିବେ । ଲକ୍ଷଣ ଆସିଲେ ଟେଷ୍ଟ କରାଯିବ । ବର୍ତ୍ତମାନ ଦିନକୁ ୫୬ ହଜାର ଟେଷ୍ଟ ହେଉଥିବା ବେଳେ ଆଗକୁ ଏହାକୁ ବଢ଼ାଯିବ । ସମ୍ବଲପୁର, ଭୀମସାର,ଏସସିବି ଓ ଭୁବନେଶ୍ୱରରେ ସଂକ୍ରମଣକୁ ଦେଖି ଆଇସିୟୁ ଓ ବେଡ଼ ବ୍ୟବସ୍ଥା କରାଯାଉଛି । ସେପଟେ ଗବେଷଣା କହୁଛି, ପ୍ଲାଜମା ଏତେଟା ଫଳପ୍ରଦ ହେଉନି ।


