Monday, November 16, 2026
Home ଆଞ୍ଚଳିକ କୋରୋନାର ଦ୍ୱିତୀୟ ଲହରରେ ଏବେ ସୁଦ୍ଧା ପ୍ରାଣ ହରାଇଲେଣି 269 ଡାକ୍ତର, ବିହାରରୁ ସର୍ବାଧିକ

କୋରୋନାର ଦ୍ୱିତୀୟ ଲହରରେ ଏବେ ସୁଦ୍ଧା ପ୍ରାଣ ହରାଇଲେଣି 269 ଡାକ୍ତର, ବିହାରରୁ ସର୍ବାଧିକ

9

୧୮/୦୫/୨୧ (ଜିଲ୍ଲା ଖବର) : କୋରୋନାର କରାଳ ରୂପ ଦେଖୁଛି ଭାରତ । ଦିନକୁ ଦିନ ସାମନାକୁ ଆସୁଛି ନୂଆ ନୂଆ ଭାରିଆଣ୍ଟ । ଭୟ ଓ ଆଶଙ୍କା ଭିତରେ ଗଡୁଛି ଦିନ ପରେ ଦିନ ।  ଯାହାର ମୁକାବିଲା କରିବାକୁ ଭ୍ୟାକ୍ସିନେସନକୁ ପ୍ରଧାନ୍ୟ ଦିଆଯାଉଛି । ସେପଟେ ଦ୍ୱିତୀୟ ଲହରରେ ଅହରହ କୋରୋନା ସହ ଲଢୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହାର ବଢୁଥିବା ଏକ ରିପୋର୍ଟରୁ ପ୍ରକାଶ ପାଇଛି । ଆଇଏମଏର ରିପୋର୍ଟ ଅନୁଯାୟୀ 269 ଜଣ ଡାକ୍ତର ଏବେ ସୁଦ୍ଧା ମୃତ୍ୟୁ ବରଣ କରିଛନ୍ତି । ଯେଉଁଥିରୁ ସବୁଠାରୁ ଅଧିକ ବିହାରରୁ ମୃତ୍ୟୁବରଣ କରିଛନ୍ତି । ବିହାରରୁ 78 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଉତ୍ତରପ୍ରଦେଶରୁ 37, ଦିଲ୍ଲୀରୁ 27, ଆନ୍ଧ୍ରପ୍ରଦେଶରୁ 22 ଜଣ ପ୍ରାଣ ହରାଇଛନ୍ତି । ଗତବର୍ଷ 748 ଡାକ୍ତରଙ୍କ ମୃତ୍ୟୁ ହୋଇଥିବାବେଳେ ଚଳିତବର୍ଷ ବହୁତ କମ ସମୟ ମଧ୍ୟରେ ଏବେ ସୁଦ୍ଧା 269 ଡାକ୍ତର କୋରୋନାରେ ପ୍ରାଣ ହରାଇସାରିଲେଣି ।କୋରୋନାର ଦ୍ୱିତୀୟ ଲହର ବିଶେଷ କରି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋରୋନା ଯୋଦ୍ଧାଙ୍କ ପାଇଁ ଘାତକ ପାଲଟିଛି ବୋଲି କହିଛନ୍ତି ଆଇଏମଏର ସଭାପତି ଡଃ ଜେଏ ଜୟାଲାଲ ।