
ଭୁବନେଶ୍ୱର,୧୮/୦୫/୨୧ (ଜିଲ୍ଲା ଖବର) : ରାଜ୍ୟରେ ବଢ଼ିବ କି ଲକଡାଉନ। ଏନେଇ ସମସ୍ତେ ଚିନ୍ତିତ। ତେବେ ଆଜି ଦିନ ୧ଟା ୪୫ରେ ମୁଖ୍ୟସଚିବ ସୁରେଶ ମହାପାତ୍ର ପ୍ରେସମିଟ କରିବେ । ପ୍ରେସମିଟରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ । ସମ୍ଭବତଃ ଲକଡାଉନ ବୃଦ୍ଧି ନେଇ ସେ ଘୋଷଣା କରିବେ ବୋଲି ଆଶା କରାଯାଉଛି । ଯେଉଁଭଳି ଭାବରେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ି ବମି ଚାଲିଛି। ଏଭଳି ସ୍ଥିତିରେ ଲକଡାଉନ ଅବଧି ବଢ଼ିବ ନା ନାଇ ତା ଉପରେ ସମସ୍ତଙ୍କ ନଜର ।
ସୂଚନାଯୋଗ୍ୟଯେ, ଆସନ୍ତା ୧୯ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି । ତେବେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁଥିବାରୁ ଆଉ ଦୁଇ ସପ୍ତାହ ଲକଡାଉନ ବୃଦ୍ଧି ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ତେଣୁ ରାଜ୍ୟରେ ଲକଡାଉନ ବୃଦ୍ଧି କରାଯିବ ବୋଲି ଆଶା କରାଯାଉଛି । ଅପରପକ୍ଷରେ ଗତକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।


