
୧୮/୦୫/୨୧ (ଜିଲ୍ଲା ଖବର) : ଝିଅ ଚାହୁଁନାହାନ୍ତି ପରିବାର ଲୋକେ। ଜନ୍ମ ହେବ ତ କେବଳ ପୁଅ। ଯେଉଁଥିପାଇଁ ଏବେ ଚୀନରେ ୩ କୋଟି ପୁରୁଷ ଅବିବାହିତ । ବିଶ୍ୱର ସବୁଠାରୁ ଜନବହୂଳ ରାଷ୍ଟ୍ର ଚୀନରେ ଝିଅ ଅଭାବ । ଏବେ କରାଯାଇଥିବା ଜନଗଣନା ଅନୁସାରେ ଚୀନରେ ୩ କୋଟି ପୁରୁଷ ଅବିବାହିତ ରହିଛନ୍ତିି । ପ୍ରତି ବର୍ଷ ପୁଅଙ୍କ ସଂଖ୍ୟା ବଢ଼ିବା ଯୋଗୁ ଏହି ସମସ୍ୟା ସୃଷ୍ଟି ହେଉଛି । ବିବାହ ଯୋଗ୍ୟ ପୁରୁଷଙ୍କ ପାଇଁ କନ୍ୟା ଖୋଜିବା ଏବେ ସେଠାରେ ବଡ ସମସ୍ୟା ଭାବେ ଉଭା ହୋଇଛି । ଏହାକୁ ଦେଖି ଅନେକ ଯୁବକ ବ୍ୟାଚଲୋର ଜୀବନ କାଟିବାକୁ ପସନ୍ଦ କରୁଛନ୍ତି ।ଅଧିକାଂଶ ଚାଇନିଜଙ୍କର ପୁଅ ହେବାର ଇଚ୍ଛା ଆଜି ସେମାନଙ୍କ ପାଇଁ ଏକ ସମସ୍ୟା ପାଲଟିଛି।
ଚାଇନାର ସପ୍ତମ ଜାତୀୟ ଜନସଂଖ୍ୟା ପରିସଂଖ୍ୟାନ ଅନୁଯାୟୀ, ଗତ ବର୍ଷରେ ଏକ କୋଟି ୨୦ ଲକ୍ଷ ପିଲା ଜନ୍ମ ହୋଇଛନ୍ତି, ୧୧୩.୩ ପୁଅଙ୍କ ମଧ୍ୟରୁ କେବଳ ୧୦୦ ଜଣ ବାଳିକା ଅଛନ୍ତି ।
୨୦୧୦ ମସିହାରେ, ଏହି ସଂଖ୍ୟା ୧୧୮.୧ ଅନୁପାତରେ ୧୦୦ ଥିଲା । ଏହି ବିଷୟରେ ଆଲୋଚନା କରି ଚାଇନାର ପ୍ରଫେସର ଷ୍ଟୁଆର୍ଟ ଗୁଏଟେନ୍ ବସ୍ତିନ୍ କହିଛନ୍ତି, ଚାଇନାର ପରିବାରରେ ଝିଅଙ୍କ ଅପେକ୍ଷା ପୁଅମାନଙ୍କ ପାଇଁ ଲୋକଙ୍କର ଅଧିକ ଇଚ୍ଛା ଥାଏ ଏବଂ ଏହି ସମସ୍ୟା ପାଇଁ ଏହା ଏକ ବଡ଼ କାରଣ ଅଟେ।


