
ଭୁବନେଶ୍ୱର , ୧୮/୦୫/୨୧ (ଜିଲ୍ଲା ଖବର) : ଖୋର୍ଦ୍ଧା ଜିଲ୍ଲା ବଢାଇଲା ଚିନ୍ତା । ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧାରେ ସଂକ୍ରମଣ ହାର ଅଧିକ ରହୁଛି । ଲଗାତାର ଭାବେ ସର୍ବାଧିକ ୩୫ ପ୍ରତିଶତ ସଂକ୍ରମଣ ହାର ରେକର୍ଡ କରିଛି ଖୋର୍ଦ୍ଧା ଜିଲ୍ଲା । ଯଦି ସଂକ୍ରମଣ ହାର ଏଭଳି ଭାବେ ଲାଗିରୁହେ, ତେବେ ଦିଲ୍ଲୀ ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ଏବେ ଘରୋଇ ହସ୍ପିଟାଲକୁ ରାତିରେ କୌଣସି ରୋଗୀ ଆସିଲେ ବେଡ଼ ମିଳୁନି । ସେଥିପାଇଁ ଲକଡ଼ାଉନ ବୃଦ୍ଧି କରାଯିବା ସହ କଟକଣାକୁ ଆହରୁ ଜୋରଦାର କରିବାର ଆବଶ୍ୟକତା ରହିଛି । ପ୍ରଥମ ଲକଡ଼ାଉନରେ ସଂକ୍ରମଣର ହାର କେବଳ ସାମନ୍ତରଳ ସ୍ଥିତିରେ ରହିଲା ମାତ୍ର ପଜେଟିଭ ହାରକୁ ହ୍ରାସ କରି ପାରିଲାନାହିଁ । ମହାମାରୀ ଇତିହାସ କହୁଛି ଅତିକମରେ ଅଢେଇ ବର୍ଷ ଏହା ରୁହେ । ଏହା ଭିତରେ ଦେଢ଼ ବର୍ଷ ବିତି ସାରିଛି । ତେଣୁ ଆହୁରି ବର୍ଷେ ପାଖାପାଖି ସଂକ୍ରମଣ ରହିବ ବୋଲି ଆଶଙ୍କା କରାଯାଉଛି । ତେବେ ଭ୍ୟାକ୍ସିନ ଆସିଯାଇଥିବାରୁ ଏହାର ପ୍ରଭାବ କମିପାରେ। ତେବେ ଟିକାକରଣ କାର୍ଯ୍ୟକୁ ତ୍ୱରାନିତ୍ୱ କରାଯିବାର ଆବଶ୍ୟକତା ଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର।


