
ନୂଆଦିଲ୍ଲୀ, ୧୮/୦୫/୨୧ (ଜିଲ୍ଲା ଖବର) : ଟେଲି ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହେ’ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ Shivangi Joshiଙ୍କ ଆଜି ଜନ୍ମଦିନ । ଯିଏକି ନାୟରା ନାଁରେ ଘରେ ଘରେ ବେଶ ପରିଚିତ । ତେବେ ଆଜି ସେ ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି । ୧୮ ମଇ ୧୯୯୫ରେ ସେ ପୁନେରେ ଜନ୍ମଗ୍ରହଣ କରିଥିଲେ ।
ଟେଲି ଦୁନିଆଁର ସେ ହେଉଛନ୍ତି ଜଣେ ଚୁଲବୁଲି ନାୟିକା । ନିଜର ପ୍ରକୃତ ନାଁ ଅପେକ୍ଷା ସେ ନାୟରା ନାଁରେ ବେଶ ପରିଚିତ । ତାଙ୍କର ଅଭିନୟ ସବୁବେଳେ ଦର୍ଶକଙ୍କ ହୃଦୟକୁ ବାନ୍ଧି ରଖେ । ସେ ତାଙ୍କ କାନ୍ଦରେ ଦର୍ଶକଙ୍କୁ କନ୍ଦେଇ ପାରନ୍ତି ଆଉ ତାଙ୍କ ହସରେ ଦର୍ଶକଙ୍କୁ ହସେଇ ମଧ୍ୟ ପାରନ୍ତି । ସବୁବେଳେ ତାଙ୍କର ଚୁଲବୁଲି ଏବଂ ନଟଖଟ ଅନ୍ଦାଜରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି ଅଭିନେତ୍ରୀ ସିଭାଙ୍ଗୀ ଯୋଶୀ ।
ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ୍ ରୁହନ୍ତି ସିଭାଙ୍ଗୀ । ଫ୍ୟାନ୍ସ ଫଲୋଇଙ୍ଗ ମଧ୍ୟ ତାଙ୍କର କିଛି କମ୍ ନୁହଁନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ପାଖକୁ ଜନ୍ମଦିନ ଶୁଭେଚ୍ଛାର ସୁଅ ଛୁଟୁଛି ।
୨୦୧୩ରେ ସିଭାଙ୍ଗୀ ଟିଭି ଶୋ’ ‘Khelti Hai Zindagi Aankh Micholi ’ ମାଧ୍ୟମରେ ଡେବ୍ୟୁ କରିଥିଲେ । ସେଥିରେ ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ହେଲେ ସିରିଏଲ ‘ ୟେ ରିସ୍ତା କ୍ୟା କେହଲାତା ହେ’ ମାଧ୍ୟମରେ ସେ ବେଶ ଲୋକପ୍ରିୟ ହୋଇଥିଲେ । ଏହା ବ୍ୟତୀତ ସେ ଆହୁରି ଅନେକ ସିରିଏଲରେ ନିଜ ଅଭିନୟର ଜଲଓ୍ବା ଦେଖାଇଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଜନ୍ମଦିନର ଶୁଭକାମନା ।





