Saturday, November 14, 2026
Home ଆଞ୍ଚଳିକ ମନ୍ଦିର ଆଗରେ ବସି ଭିକ ମାଗୁଥିଲେ, ମଲା ପରେ ବାକ୍ସରୁ ମିଳିଲା ଏତିକି ଟଙ୍କା

ମନ୍ଦିର ଆଗରେ ବସି ଭିକ ମାଗୁଥିଲେ, ମଲା ପରେ ବାକ୍ସରୁ ମିଳିଲା ଏତିକି ଟଙ୍କା

9

୧୮/୦୫/୨୧ (ଜିଲ୍ଲା ଖବର) :  ଲକ୍ଷପତି ଭିକାରୀ ! ଜଣେ ଭିକାରୀ ପାଖରେ ଏତେ ଟଙ୍କା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶରେ । ତିରୁପତି ମନ୍ଦିର ଆଗରେ ବସି ଭିକ ମାଗୁଥିବା ଜଣେ ମୃତ ଭିକାରିଙ୍କ ଘରୁ 10 ଲକ୍ଷ ଟଙ୍କା ଜବତ କରିଛି ଆନ୍ଧ୍ର ପୋଲିସ । ନିକଟରେ ଭିକାରୀ ଜଣଙ୍କ ବାର୍ଦ୍ଧକ୍ୟ କାରଣରୁ ମୃତ୍ୟୁ ବରଣ କରିଥିଲେ । ମନ୍ଦିର ନିକଟରେ ଭିକାରୀ ଜଣଙ୍କୁ ଏକ ଘର ମିଳିଥିଲା । ସେଠାରେ ସେ 2007 ମସିହାରୁ ରହିଆସୁଥିଲେ । କୋଭିଡ ପୂର୍ବରୁ ମଧ୍ୟ ପ୍ରତ୍ୟେକ ଦିନ ଅନେକ ଭକ୍ତ ମନ୍ଦିର ଆସୁଥିବାବେଳେ ସେ ମଧ୍ୟ ଭଲ ଦି ପଇସା କମାଉଥିଲେ । ଆଉ ଯାହା ଟଙ୍କା ପାଉଥିଲେ ତାକୁ ନେଇ ଏକ ଟ୍ରଙ୍କରେ ରଖୁଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ସେ ରହୁଥିବା ଘରକୁ ଆଉ ଜଣଙ୍କ ଦେବା ପାଇଁ ତିରୁମାଳା ତିରୁପତି ଦେବସ୍ଥାନମ୍ (ଟିଟିଡି) ର ଭିଜିଲାନ୍ସ ବିଭାଗର ଅଧିକାରୀମାନେ ତାଙ୍କ ଘରେ ପହଞ୍ଚିଥିଲେ । ସେତେବେଳେ ସେ ଘରେ ଥିବା ଦୁଇଟି ଟ୍ରଙ୍କ ପାଇଥିଲେ । ଯେଉଁଥିରେ ବିମୁଦ୍ରିକରଣ ପୂର୍ବରୁ ଏବଂ ପରେ ମିଶାଇ ମୋଟ 10 ଲକ୍ଷ ଟଙ୍କାର ନୋଟ୍ ଜବତ ହୋଇଛି ।