
ନୂଆଦିଲ୍ଲୀ,୧୮/୦୫/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଜ୍ୟାକି ଶ୍ରଫଙ୍କ ମେକଅପ୍ ଆର୍ଟିଷ୍ଟ ଶଶି ଦାଦା ଆଉ ଏ ଦୁନିଆଁରେ ନାହିଁ । ଏ ଦୁନିଆଁକୁ ଅଲବିଦା କରି ସବୁଦିନ ପାଇଁ ଚାଲି ଯାଇଛନ୍ତି ଆରପାରିକୁ । ଟ୍ବିଟର ମାଧ୍ୟମରେ ଅଭିନେତା ନିଜେ ଏହାର ସୂଚନା ଦେଇଛନ୍ତି । ଏହା ସହିତ ସେ କହିଛନ୍ତି ଯେ, ୩୭ ବର୍ଷ ଧରି ତାଙ୍କ ସହ କାମ କରୁଥିଲେ । ମେକଅପ ଆର୍ଟିଷ୍ଟଙ୍କୁ ହରାଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଅଭିନେତା ଜ୍ୟାକି ଶ୍ରଫ୍ । ସେ ଲେଖିଛନ୍ତି ଯେ, ‘ଶଶି ଦାଦା ସବୁବେଳେ ମୋ ହୃଦୟରେ ଏକ କୋଣରେ ରହିବେ । ୩୭ ବର୍ଷ ଧରି ସାଥିରେ ରହିଥିବା ମେକଅପ୍ ଆର୍ଟିଷ୍ଟ ଆଉ ନାହାଁନ୍ତି ‘ । ତାଙ୍କ ଟ୍ବିଟ ପରେ ସୋସିଆଲ ମିଡିଆରେ ୟୁଜର୍ସ ମାନେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ସହିତ, ଦୁଃଖ ପ୍ରକାଶ କରୁଛନ୍ତି । କେବଳ ଏତିକି ନୁହେଁ , ଏହା ସହିତ ଜ୍ୟାକି ଶ୍ରଫ୍ ଶଶି ଦାଦାଙ୍କ ସହିତ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯାହା ଦେଖିବା ପରେ ଦୁହିଁଙ୍କ ଭିତରେ ଥିବା ନିବିଡତା ସ୍ପଷ୍ଟ ଦେଖା ଯାଉଛି ।


