
ନୂଆଦିଲ୍ଲୀ,୧୮/୦୫/୨୧ (ଜିଲ୍ଲା ଖବର) : COVID-୧୯ ରୋଗୀଙ୍କ ପରିଚାଳନା ପାଇଁ କ୍ଲିନିକାଲ ପ୍ରୋଟୋକଲରୁ ପ୍ଲାଜମା ଥେରାପିକୁ ହଟାଇ ଦିଆଯାଇଛି। ଆଇସିଏମଆର ଏହି ଘୋଷଣା କରିଛି। ଆଇସିଏମଆର ନ୍ୟାସନାଲ ଟାସ୍କ ଫୋର୍ସର ସଦସ୍ୟମାନେ ଦାବି କରିଛନ୍ତି ଯେ COVID-୧୯ ମାମଲାରେ ପ୍ଲାଜମା ଥେରାପି ପ୍ରଭାବଶାଳୀ ନୁହେଁ । କରୋନାଭାଇରସ୍ ରୋଗୀଙ୍କ ପାଇଁ କ୍ଲିନିକାଲ୍ ମ୍ୟାନେଜମେଣ୍ଟ ଗାଇଡଲାଇନର ଏକ ଅଂଶ ଭାବରେ ସେମାନେ ପ୍ଲାଜମା ଥେରାପି ଜାରି ରଖିବା ସପକ୍ଷରେ ନାହାଁନ୍ତି। AIIMS / ICMR-COVID-19 ଜାତୀୟ ଟାସ୍କ ଫୋର୍ସ / ମିଳିତ ମନିଟରିଂ ଗ୍ରୁପ୍, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର “ବୟସ୍କ COVID19 ରୋଗୀଙ୍କ ପରିଚାଳନା ପାଇଁ କ୍ଲିନିକାଲ୍ ଗାଇଡାନ୍ସ” ସଂଶୋଧନ କରି କନଭାଲେସେଣ୍ଟ ପ୍ଲାଜମା ଥେରାପି ଡ୍ରପ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ଅର୍ଥ ହେଉଛି, ପ୍ଲାଜମା ଥେରାପି ଯାହା ପୂର୍ବରୁ COVID-୧୯ ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିଲା, ତାହା ଆଉ ବ୍ୟବହୃତ ହେବ ନାହିଁ। କୋଭିଡ -୧୯ ରୋଗୀଙ୍କ ଚିକିତ୍ସା ପାଇଁ ଭାରତରେ କନଭାଲେସେଣ୍ଟ ପ୍ଲାଜମା ଥେରାପି ବହୁଳ ଭାବରେ ବ୍ୟବହୃତ ହୋଇଥିଲା।


