
ନୂଆଦିଲ୍ଲୀ, ୧୮/୦୫/୨୧ (ଜିଲ୍ଲା ଖବର) : କରୋନାର ଦ୍ବିତୀୟ ଲହରୀ ଏବେ ହୁହୁ ହୋଇ ବଢି ଚାଲିଛି । କରୋନା ଭାଇରସ ଦ୍ବାରା ସଂକ୍ରମିତ ହୋଇ ଏବେ ଅନେକ ଲୋକ ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା ,ସେଲିବ୍ରେଟି ଯାଏଁ, ସମସ୍ତେ ଏବେ କରୋନା କବଳରୁ ନିଜକୁ ରକ୍ଷା କରିବା ପାଇଁ ସଦା ସର୍ବଦା ନିଜର ଚେଷ୍ଟା ଜାରି ରଖିଛନ୍ତି । ଏଭଳି ପରିସ୍ଥତିରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ, ଅନେକ ସେଲିବ୍ରେଟି ଆଗକୁ ଆସୁଛନ୍ତି । ତେବେ ନିକଟରେ ବଲଉଡ ଅଭିନେତା ସାହିଦ୍ କପୁରଙ୍କ ପତ୍ନୀ ମିରା ରାଜପୁତ, ତାଙ୍କ ଇନଷ୍ଟାଗ୍ରାମରେ ଏମିତି ଏକ ନିରିହ ନିଷ୍ପାପ ପିଲାର ଫଟୋ ସେୟାର କରିଛନ୍ତି, ଯାହା ଦେଖିବା ପରେ କେହିବି ନିଜ ଆଖିର ଲୁହ ଓ ମନକୁ କୋହକୁ ଚାପି ରଖି ପାରିବେ ନାହିଁ । ଏହି ଫଟୋ ଦେଖିବା ପରେ ତାଙ୍କର ମଧ୍ୟ ହୃଦୟ ଭାଙ୍ଗି ଯାଇଛି ବୋଲି ସେ କହିଛନ୍ତି । ମିରା ସେୟାର କରିଥିବା ଫଟୋରେ, ଉକ୍ତ ପିଲାଟି ମୁହଁରେ ଅକ୍ସିଜେନ ମାସ୍କ ଲଗାଇଥିବା ଦେଖିବାକୁ ମିଳୁଛି । ଏହି ଫଟୋ ଦେଖିବା ପରେ ପିଲାଟି କରୋନା ସହ ଲଢୁଥିବା ଜଣାପଡୁଛି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ମୋର ହୃଦୟ ଭାଙ୍ଗିଗଲା, ଏଥିପାଇଁ କିଛି ବାହାନା ନାହିଁ । ଯିଏ ଏହି ଫଟୋ ଦେଖୁଛନ୍ତି ତାଙ୍କ ଆଖିରେ ଲୁହ ଜକେଇ ଆସୁଛି ‘।


