Monday, November 16, 2026
Home ଆଞ୍ଚଳିକ ବାହାରେ ବୁଲୁଥିଲେ ପୋଲିସ୍‌ ନଚେଇଲା ନାଗିନ୍‌ ନାଚ

ବାହାରେ ବୁଲୁଥିଲେ ପୋଲିସ୍‌ ନଚେଇଲା ନାଗିନ୍‌ ନାଚ

4

୧୮/୦୫/୨୧ (ଜିଲ୍ଲା ଖବର) : ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛି ନାଗିନ୍ ଡ଼୍ୟାନ୍ସ । ରାସ୍ତା ମଝିରେ ଦୁଇ ଯୁବକଙ୍କୁ ଗୀତ ବଜାଇ ନାଗିନ ନାଚ ନଚାଉଛି ପୋଲିସ । କରୋନା ଭୟାବହତାକୁ ଖାତିର ନକରି ବିନା କାରଣରେ ଲକଡ଼ାଉନରେ ବାହାରେ ବୁଲୁଥିବା ହେତୁ ମିଳିଛି ଦଣ୍ଡ । ଲାଜ ଲାଗିଲେ ମଧ୍ୟ ପୋଲିସର କଥାକୁ ମାନିବା ଛଡ଼ା ଆଉ ଉପାୟ ନାହିଁ । ଏଣୁ ନାଚିବାକୁ ବାଧ୍ୟ ହୋଇଛନ୍ତି ୨ ଯୁବକ । ଘଟଣା ଘଟିଛି ରାଜସ୍ଥାନରେ । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟର କିଛି ଜିଲ୍ଲାରେ ଲକ୍ଡ଼ାଉନ ଘୋଷଣା କରାଯାଇଛି । ହେଲେ କିଛି ଅମାନିଆ ଏ ଗମ୍ଭୀର ପରିସ୍ଥିତିକୁ ଅତି ହାଲକା ଭାବେ ନେବା ସହ କଟକଣାକୁ ଫୁ କରିଦେଉଛନ୍ତି, ଯେଉଁଥିପାଇଁ କଠୋର ହୋଇଛି ପୋଲିସ । ଏଥର ଫାଇନ ନୁହଁ, ନାଚ ନଚାଇ ଭିଡ଼ିଓ ଭାଇରାଲ କରୁଛି ପୋଲିସ । ଦୁଇ ପୋଲିସ ର୍କମଚାରୀ ଭିଡ଼ିଓ କରୁଥିବା ବେଳେ ନାଚ ବନ୍ଦ ନହେଉ ବୋଳି ଆଉ ଦୁଇ ପୋଲିସ ର୍କମୀ ତାଗିଦ୍ କରୁଛନ୍ତି । ତେବେ ଭିଡ଼ିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ପୋଲିସର ଏଭଳି କଠୋରତାକୁ ସର୍ମଥନ ମିଳିଛି । ଏଭଳି ହେଲେ ଅମାନିଆ ସାବାଡ଼ ହେବେ ଓ ଲୋକଲଜ୍ୟାର ଭୟ ରହିବ ବୋଲି ସୋସିଆଲ ମିଡ଼ିଆରେ ମତ ପ୍ରକାଶ ପାଇଛି ।