Tuesday, November 17, 2026
Home ଆଞ୍ଚଳିକ ଦେଶରେ ଗତ 24 ଘଣ୍ଟାରେ ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ହାର ଅଧିକ

ଦେଶରେ ଗତ 24 ଘଣ୍ଟାରେ ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ହାର ଅଧିକ

6

୧୮/୦୫/୨୧ (ଜିଲ୍ଲା ଖବର) :  ଦେଶରେ ଦୈନିକ ସଂକ୍ରମଣ ଅପେକ୍ଷା ସୁସ୍ଥ ହାର ଅଧିକ ରହିଛି । କିନ୍ତୁ ମୃତ୍ୟୁ ହାରରେ ବ୍ରେକ୍ ଲାଗୁନି । ଗତ 24 ଘଣ୍ଟାରେ ଦେଶରେ 2 ଲକ୍ଷ 63 ହଜାର 533 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ   4 ଲକ୍ଷ 22 ହଜାର 436 ଜଣ ସୁସ୍ଥ ହୋଇଛନ୍ତି । ଯେତେବେଳେ କି ଦିନକରେ 4 ହଜାର 329 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ଏବେ ସୁଦ୍ଧା ଦେଶରେ ମୋଟ 33,53,765 ଆକ୍ଟିଭ ମାମଲା ଥିବାବେଳେ 2,78,719 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମୋଟ 2,15,96,512 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ଦିନକରେ 1000 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । କର୍ଣ୍ଣାଟକରେ ୪୭୬, ତାମିଲନାଡୁରେ ୩୩୫, ଦିଲ୍ଲୀରେ ୩୪୦, ଉତ୍ତରପ୍ରଦେଶରେ ୨୭୧ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।